Friday, October 22, 2021
HomeBreaking Newsକଲ୍ୟାଣସିଂହପୁର ବ୍ଳକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

କଲ୍ୟାଣସିଂହପୁର ବ୍ଳକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା(୦୮/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ଅଧ୍ୟକ୍ଷ ଜଗେନ୍ଦ୍ର ୱାଡାକା ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

କଲ୍ୟାଣସିଂହପୁର ବ୍ଳକ ପଞ୍ଚାୟତ ସମିତି ବୈଠକ ରେ ବିଡ଼ିଓ ସୁଧାକର ରଇତ,ସାଂସଦ ପ୍ରତିନିଧି ଗୁଡୁଲା ପ୍ରସାଦ ରାଓ, ରାଜ୍ୟ ସଭା ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନିବାସ ରାଓ , ଜିଲ୍ଲା ପରିଷଦ ସଦସ୍ୟ ବଳରାମ ନାଚିକା ମାଞ୍ଚାସିନା ରହୁଥିଲେ । ଶିକରପାଇ ଠାରୁ କଲ୍ୟାଣ ସିଂହପୁର ପର୍ଯ୍ୟନ୍ତ ଚାଲିଥିବା ଗ୍ରାମ୍ୟ ଉନ୍ନୟନ ସଡକ କାର୍ଯ୍ୟ ସଠିକ ଭାବରେ ହେଉଥିବା ସହ ଅଧିକାରୀ ମାନେ ଉପସ୍ଥିତ ରହୁ ନ ଥିବା ଅଭିଯୋଗ କରିଥିଲେ ।

ମନଇଚ୍ଛା ରାସ୍ତା ଖୋଲି ଦେଉଥିବା ଯୋଗୁଁ ପାଇପ ଲାଇନ ଉପୁଡି ପଡୁଥିବାରୁ ପାନୀୟ ଜଳ ସମସ୍ୟା ଦେଖାଦେଉଛି । ଜଳ ଓ ପରିମଳ ବିଭାଗ ର କର୍ମଚାରୀ ମାନେ କାର୍ଯ୍ୟ କରି ନ ଥିବା ଅଭିଯୋଗ ହୋଇଛି । ଜଣକ ନାମ ରେ ଆସିଥିବା ଆବାସ ଯୋଜନା ର ବିଲ ଅନ୍ୟ ଜଣଙ୍କ ନାମ କିପରି ଚଢ଼ିଛି ତାହାକୁ ନେଇ ଆଲୋଚନା ହୋଇଥିଲା । ମାନେରେଗା ରେ ପୂର୍ବରୁ କାର୍ଯ୍ୟ ହୋଇଥିବା ବିଲ ହୋଇ ନ ଥିବା ନେଇ ଉପସ୍ଥିତ ଥିବା ସରପଞ୍ଚ,ସମିତି ସଦସ୍ୟ ମାନେ ଅଭିଯୋଗ କରିଥିଲେ । କାରଣ ଆଶିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ବଦଲି ହୋଇଯାଇଥିବା ଜଣାପଡିଛି ।

ସୁନାଖଣ୍ଡି ପଞ୍ଚାୟତ କୁ ସି ଡ଼ି ପି ଓ ପରିଦର୍ଶନ ରେ ଯାଉ ନ ଥିବା ଓ ଠିକ ଭାବରେ ଅଣ୍ଡା ବଣ୍ଟନ ହେଉ ନ ଥିବା ନେଇ ସମିତି ସଭ୍ୟ ଅମରାପୁ ହେମାଗିରି ଅଭିଯୋଗ କରିବା ଯୋଗୁଁ ବି ଡ଼ି ଓ ଓ ମନ୍ତ୍ରୀ ସି ଡ଼ି ପି ଓ ଙ୍କୁ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପାଣିର ଅଭାବ ଯୋଗୁଁ ବହୁ ଚାଷଜମି ପଡିଆ ପଡିଛି । ସେହି ଜମିରେ ଧାନ ଚାଷ ବଦଳରେ ଅନ୍ୟ ଚାଷ କରିବା ପାଇଁ ଓ ଚାଷୀଙ୍କୁ ସହଯୋଗ କରିବା ପାଇଁ କୃଷି ଅଧିକାରୀଙ୍କୁ କହିଥିଲେ । ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ, ଡ୍ରେନ, କାମ ପାଇଁ ଅଭିଯୋଗ କରିଥିଲେ । ନୂତନ ରାସନ କାଡ଼ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଉକ୍ତ ବୈଠକ ରେ ଆସିଷ୍ଟାଣ୍ଡ ଇଂଜିନିୟର, ରାଜସ୍ୱ ବିଭାଗ, ଯୋଗାଣ ବିଭାଗ ର କୌଣସି ଅଧିକାରୀ ମାନେ ଉପସ୍ଥିତ ରହି ନ ଥିବା ଯୋଗୁଁ ଉପସ୍ଥିତ ଅଧିକାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିରେ ବ୍ଳକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ସଦସ୍ୟ ଓ ସମସ୍ତ ଭିବାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments