ବୌଦ୍ଧ ଜ଼ିଲ୍ଲା ସଂଗ୍ରହାଳୟରେ ଥିବା ସାମଗ୍ରୀ ବୌଦ୍ଧ ଜିଲ୍ଲାର କୀର୍ତ୍ତିରାଜ

0
233

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୮/୧୦) : ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ଜ଼ିଲ୍ଲା ସଂଗ୍ରହାଳୟରେ ତା.୨/୧/୨୦୨୧ ରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ଉଦ୍ଘାଟିତ ହୋଇଥିଲା | ସର୍ବ ସାଧାରଣ ମାନଙ୍କ ପାଇଁ ଏହି ସଂଗ୍ରହାଳୟଟି ଦିନ ୧୦:୩୦ ରୁ ୧:୩୦ ଏବଂ ଅପରାହ୍ନ ୩ ରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଖୋଲା ରହୁଛି l ଏଥି ପାଇଁ ଟିକେଟ ର ମୂଲ୍ୟ ମାତ୍ର ୧୦ ଟଙ୍କା ରଖା ଯାଇଛି l

ଏହାର ମୁଖ୍ୟ ଆକର୍ଷଣ ହେଉଛି ରାଜକୀୟ କଷ, ଜନଜାତି ପ୍ରକୋଷ୍ଠ, ଟେରାକୋଟା, ହସ୍ତଶିଳ୍ପ, ମୁଦ୍ରା ଓ ପୋଥି ଲେଖ, ଶାସ୍ତ୍ର ଶାଳା, ଚାରୁ ଓ କଳା, ଚାନ୍ଦୁଆ ଶିଳ୍ପ, ପରମ୍ପରା ଗତ ସଂଗୀତ ଓ ନୃତ୍ୟ କଳା, ପୁରାତନ ଅଭିଲେଖ ଗାର, ପର୍ଯ୍ୟଟନ ପ୍ରକୋଷ୍ଠ, ହସ୍ତତନ୍ତ, ଉନ୍ନୟନ ମୂଳକ ପ୍ରକଳ୍ପ, ଐତିହାସିକ ସ୍ଥାପତ୍ୟ କଳା, ଜ଼ିଲ୍ଲାର ଖ୍ୟାତି ସମ୍ପର୍ଣ୍ଣ ବ୍ୟକ୍ତିତ୍ୱ l ଏଥିପାଇଁ ସମସ୍ତଙ୍କୁ ଅନୁରୋଧ ଆସନ୍ତୁ, ସମସ୍ତେ ସପରିବାର ଆସି ଥରେ ବୁଲନ୍ତୁ ଏବଂ ବୌଦ୍ଧ ଜ଼ିଲ୍ଲା ସଂଗ୍ରହାଳୟରେ ଥିବା ମୁଖ୍ୟ ଆକର୍ଷଣ ଗୁଡିକର ମଜା ନିଅନ୍ତୁ l