Thursday, March 28, 2024

Top 5 This Week

Related Posts

ସୌରଭ ଗାଙ୍ଗୁଲି ଙ୍କ ଜୀବନୀ ଉପରେ ଆସିବ ଫିଲ୍ମ : ଲିଡ ରୋଲରେ ଆସିପାରନ୍ତି ରଣବୀର କାପୁର

ରିପୋର୍ଟ : ସୁଭାସିସ ନାୟକ
ମୁମ୍ବାଇ,(୧୫/୦୭) : ଟିମ୍ ଇଣ୍ଡିଆର ଅନେକ ଖେଳାଳିଙ୍କ ଜୀବନୀ ଉପରେ ଫିଲ୍ମ ପ୍ରସ୍ତୁତ ହୋଇସାରିଥିବା ବେଳେ ଏବେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଆସିବ ଫିଲ୍ମ । ବି.ସି.ସି.ଆଇ. ଅଧ୍ୟକ୍ଷ ଓ ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଏହି ଫିଲ୍ମ ପାଇଁ ସ୍ୱୀକୃତି ଦେଇଛନ୍ତି ।

ସୂଚନା ଅନୁଯାୟୀ ଏହି ବିଗ୍ ବଜେଟ୍ ଫିଲ୍ମ ନିର୍ମାଣ ପାଇଁ ୨୦୦ରୁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସୌରଭ ଗାଙ୍ଗୁଲି ଙ୍କ ଏହି ବାୟୋପିକରେ ବଲିଉଡର ଅଭିନେତା ରଣବୀର କପୁର ମୁଖ୍ୟ ଭୂମିକାରେ ଆସିବେ ବୋଲି ସୂଚନା ମିଳିଛି ।

ଏନେଇ ନ୍ୟୁଜ୍-୧୮ ସହ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ‘ ମୁଁ ବାୟୋପିକ୍ ପାଇଁ ରାଜି ହୋଇଛି । ଏହା ହିନ୍ଦିରେ ପ୍ରସ୍ତୁତ ହେବ, କିନ୍ତୁ ଏଯାଏଁ ନିର୍ଦ୍ଦେଶକଙ୍କ ନାଁ ସ୍ଥିର ହୋଇନାହିଁ । ସବୁକିଛି ଫାଇନାଲ୍ ହେବା ପାଇଁ ସମୟ ଲାଗିବ ।’ ରଣବୀର କପୁର ଏହି ଫିଲ୍ମରେ ଗାଙ୍ଗୁଲିଙ୍କ ଭୂମିକା ତୁଲାଇବା ପାଇଁ ସର୍ବଶ୍ରେଷ୍ଠ ପସନ୍ଦ ରହିଛନ୍ତିି । କିନ୍ତୁ ଏହା ପୂର୍ବରୁ ନେହା ଧୂପିଆ ହ୍ରିତିକ ରୋଶନଙ୍କୁ ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ ଅଭିନୟ ପାଇଁ ଉପଯୁକ୍ତ ବୋଲି ପ୍ରସ୍ତାବ ଦେଇଥିଲେ ।

ସୂଚନା ମୁତାବକ, ଫିଲ୍ମର ସ୍କ୍ରିପ୍ଟ ଲେଖା ସରିଛି । ପ୍ରଡକ୍ସନ୍ ହାଉସ୍ ମଧ୍ୟ ଗାଙ୍ଗୁଲିଙ୍କୁ ବହୁବାର ସାକ୍ଷାତ କରି ଆଲୋଚନା କରିସାରିଛନ୍ତି । ଏକତା କପୁରଙ୍କ ଠାରୁ ଆରମ୍ଭ କରି ଫକ୍ସ ଷ୍ଟାର୍ ଷ୍ଟୁଡିଓଜ ଭଳି ପ୍ରଡକ୍ସନ୍ ହାଉସ୍ ଦାଦାଙ୍କ ବାୟୋପିକକୁ ନେଇ ଆଗ୍ରହ ଦେଖାଇଛନ୍ତି । ସେମାନେ ଦାଦାଙ୍କୁ ଫିଲ୍ମରେ କାମ କରିବା ପାଇଁ ମଧ୍ୟ ଅଫର୍ ଦେଇଥିଲେ । ପ୍ରଥମେ  ଗାଙ୍ଗୁଲି ଏହାକୁ ସ୍ୱୀକାର କରିନଥିଲେ ମଧ୍ୟ ଏବେ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏବାବଦକୁ ସେ କିଛି ଅର୍ଥ ନେବେ କି ନାହିଁ ତା ଉପରେ କିଛି ସୂଚନା ମିଳିପାରି ନାହଁ ।

ସୂଚନାଯୋଗ୍ୟ, ପୂର୍ବରୁ ଟିମ୍ ଈଣ୍ଡିଆର କେତକ ପ୍ରତିଷ୍ଠିତ କି୍ରକେଟରଙ୍କୁ ନେଇ ଫିଲ୍ମ ପ୍ରସ୍ତୁତ ହୋଇସାରିଛି ।  ସଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଓ ମହମ୍ମଦ ଆଝାରୁଦ୍ଧିନଙ୍କ ଜୀବନ ଉପରେ ମଧ୍ୟ ଫିଲ୍ମ ପ୍ରସ୍ତୁତ ହୋଇସାରିଛି । ଏଥିରେ ଭିନ୍ନ ଭିନ୍ନ ଅଭିନେତା କ୍ରିକେଟରଙ୍କ ଭୂମିକା ଅଭିନୟ କରିଥିବା ଦେଖିବାକୁ ମିଳିଥିଲା । ଧୋନିଙ୍କ ଭୂମିକାରେ ଅଭିନୟ କରି ସର୍ଗତ ସୁଶାନ୍ତ ସିଂ ରାଜପୁତ ବେଶ ପରିଚିତ ହୋଇପାରିଥିଲେ ।

Popular Articles