Thursday, March 28, 2024

Top 5 This Week

Related Posts

ଆର୍ଯ୍ୟନ ଆଜି ରାତି ଜେଲରେ କାଟିବେ : ସକାଳୁ ୬ ରୁ ଉଠିବେ, ମିଳିବନି ବାହାର ଖାଦ୍ୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ,(୦୮/୧୦) : ଡ୍ରଗ୍ସ ଜାଲରେ ଫସି ଗିରଫ ହୋଇଥିବା ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଆର୍ଯ୍ୟନ ଆଜି ରାତି ଜେଲରେ କାଟିବେ । ତାଙ୍କ ଜାମିନ ଶୁଣାଣି ଶେଷ ହେବା ପୂର୍ବରୁ ହିଁ ମହାରାଷ୍ଟ୍ରର ଆର୍ଥର ଜେଲକୁ ନିଆଯାଇ ସାରିଥିଲା ।

ଏବେ ସେ ଜେଲର ସ୍ୱତନ୍ତ୍ର କ୍ୱାରେଣ୍ଟାନ ରୁମରେ ରହିଛନ୍ତି । ଆର୍ଯ୍ୟନଙ୍କୁ ଗୁରୁବାର କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଅର୍ଥାତ ଜାମିନ ନ ମିଳିବା ଯାଏ ଆର୍ଯ୍ୟନଙ୍କୁ ଆର୍ଥର ଜେଲରେ ହିଁ ରହିବାକୁ ପଡ଼ିବ । ଆର୍ଯ୍ୟନ୍‌ଙ୍କ ସମେତ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଗିରଫ ସମସ୍ତ ୮ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆଯାଇଛି । ଜେଲ ପଠାଇବା ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ଏନ୍‌ସିବି ଡାକ୍ତରୀ ଯାଞ୍ଚ କରିଛି । ଆର୍ଯ୍ୟନ ଆଜି ରାତି ଜେଲରେ କାଟିବେ |

ପୁରୁଷ କଏଦୀଙ୍କୁ ଆର୍ଥର ରୋଡ୍‌ ଜେଲ୍‌ ନିଆଯାଇଥିବା ବେଳେ ମହିଳା କଏଦୀଙ୍କୁ ବାଇକୁଲ୍ଲା ଜେଲ୍‌ ପଠାଇ ଦିଆଯାଇଛି । ସେପଟେ ଜେଲ୍‌ ପହଞ୍ଚିବା ପରେ ଆର୍ଯ୍ୟନ୍‌ ବେଶ୍‌ ଭୟଭୀତ ହୋଇ ପଡ଼ିଛନ୍ତି । ଏବେ ଆର୍ଯ୍ୟନ୍‌ଙ୍କୁ ଜେଲ୍‌ର କ୍ୱାରେଣ୍ଟାଇନ୍‌ ସେଲ୍‌ରେ ରଖାଯାଇଛି । ବାରାକ ନମ୍ବର ୧ ରେ ସେ ଓ ଆଉ ତାଙ୍କର ୫ ସହଯୋଗୀ ରହିଛନ୍ତି । ଏଠାରେ ସମସ୍ତେ ୫ ଦିନ ଯାଏ କ୍ୱାରେଣ୍ଟାଇନରେ ରହିବେ ।

ଆସନ୍ତାକାଲି ସକାଳୁ ଆର୍ଯ୍ୟନଙ୍କୁ ଅନ୍ୟ କଏଦୀଙ୍କ ଭଳି ସକାଳ ୬ଟାରୁ ଉଠିବାକୁ ପଡ଼ିବ । ସକାଳ ୭ଟା ସୁଦ୍ଧା ଜେଲରେ ହୋଇଥିବା ବ୍ରେକଫାଷ୍ଟ ତାଙ୍କୁ ଖାଇବାକୁ ପଡ଼ିବ । ତାଙ୍କୁ କୌଣସି ପ୍ରକାରର ବାହାର ଖାଦ୍ୟ ମିଳିବନି ।

Popular Articles