Thursday, March 28, 2024

Top 5 This Week

Related Posts

ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କୁ ଚାର୍ଜସିଟ୍‌ ଫାଇଲ୍‌ କଲା କ୍ରାଇମବ୍ରାଞ୍ଚ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୦/୧୦) : ଗତକାଲି ରାତିରେ ପାରଳାଖେମୁଣ୍ଡି କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍‌ ରେ କ୍ରାଇମବ୍ରାଞ୍ଚ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଯେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ହିଁ ଦୋଷୀ ବୋଲି ପ୍ରମାଣ ହୋଇଛି l

୩ ଶହ ପୃଷ୍ଠାର ଚାର୍ଜସିଟ୍‌ ରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନ ଚିଟ ଦିଆଯାଇଥିବା ବେଳେ ବିଦ୍ୟାଭାରତୀଙ୍କୁ ଘଟଣା ପାଇଁ ଦାୟୀ କରିଛି କ୍ରାଇମବ୍ରାଞ୍ଚ । CRPC ୪୧ ଧାରାରେ ବିଦ୍ୟାଭାରତୀଙ୍କୁ ନୋଟିସ୍ କରାଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ହେଲେ କେବଳ ବିଦ୍ୟାଭାରତୀ ହିଁ ଦୋଷୀ କି ପ୍ରଶ୍ନକୁ ଏଡ଼ାଇଗଲେ ଏଡିଜି । ଗତ ରାତିରେ ଏହି ବହୁ ପ୍ରତିକ୍ଷିତ ଚାର୍ଜସିଟ ପାରଳାଖେମୁଣ୍ଡି କୋର୍ଟରେ ଦାଖଲ କରାଯାଇଛି ।

ଜୁଲାଇ ୧୨ ରାତିରେ କିଛି କାଗଜ ପୋଡିବା ବେଳେ ସୌମ୍ୟରଞ୍ଜନଙ୍କ ଦେହରେ ଦୁର୍ଘଟଣା ବଶତଃ ନିଆ ଲାଗିଯାଇଥିଲା । ଯାହା ଫଳରେ ସେ ୯୫ ପ୍ରତିଶତ ପୋଡି ହୋଇଯାଇଥିଲେ । କିନ୍ତୁ ସେହି ସମୟରେ ସୌମ୍ୟଙ୍କ ସହ ଥିବା ତାଙ୍କ ପତ୍ନୀ ବିଦ୍ୟାଭାରତୀ ସୌମ୍ୟଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ । ତେଣୁ ସୌମ୍ୟରଞ୍ଜନଙ୍କ ଶରୀର ୯୫ ପ୍ରତିଶତ ପୋଡି ହୋଇଯାଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି ।

ଏହି ଘଟଣାରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷୟା ମନ୍ନଥ କୁମ୍ଭଙ୍କ ବିରୁଦ୍ଧରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଯେଉଁ ଅଭିଯୋଗ ଆଣିଥିଲେ,ସେଥିରେ କୌଣସି ପ୍ରମାଣ ମିଳିପାରି ନ ଥିବାରୁ ସେମାନଙ୍କୁ କ୍ଳିନ ଚିଟ ଦେଇଛି କ୍ରାଇମବ୍ରାଞ୍ଚ । ତଦନ୍ତ ବେଳେ ପ୍ରାୟ ୮୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବା ସହ ଅଭିଯୁକ୍ତ ମାନଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିବା କ୍ରାଇମବ୍ରାଞ୍ଚ ଡିଏସପି କହିଛନ୍ତି ।

ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି । ସୌମ୍ୟଙ୍କ ସରକାରୀ ବାସ ଭବନରେ ହିଁ ଏହି ଘଟଣା ଘଟିଥିଲା । ଏଥିରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି l

ଆହୁରି ମଧ୍ୟ କହିଛନ୍ତି, ସୌମ୍ୟରଞ୍ଜନଙ୍କ ସହିତ ବିଦ୍ୟାଭାରତୀ ପଣ୍ଡାଙ୍କ ବୈବାହିକ ସଂପର୍କ ଭଲ ନ ଥିଲା । ଏକଥା ତଦନ୍ତ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କ ପଲିଗ୍ରାଫ୍ ଟେଷ୍ଟ ବେଳେ ଜଣାପଡ଼ିଛି । ଘଟଣା ଦିନ ସୌମ୍ୟ ଜଳୁଥିଲେ ବି ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଚେଷ୍ଟା କରି ନ ଥିଲେ । ନିଜେ ନିଆଁ ଲିଭାଇ ନ ଥିଲେ କି ଲିଭାଇବାକୁ କାହାକୁ ଡାକି ନ ଥିଲେ । ତେଣୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଅବହେଳା କରିଛନ୍ତି ବୋଲି ତଦନ୍ତ ବେଳେ ଜଣାପଡ଼ିଛି । ଏ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Popular Articles