ଅପରେସନ ହ୍ୱାଇଟ ସ୍ପାଇଡ଼ର ସଫଳ : ୯ ମାସରେ ୧୦ କେଜି ବ୍ରାଉନସୁଗାର ଜବତ

0
159

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୦/୧୦) : ପାର୍ବଣ ଋତୁରେ ଟ୍ୱିନ ସିଟି ରେଭପାର୍ଟି ଉପରେ ରହିବ କଡ଼ା ନଜର । ଏହା ସହ ଡ୍ରଗ୍ସ କାରବାରକୁ ରୋକିବା ପାଇଁ ସକ୍ରିୟ କମିଶନରେଟ୍ ପୁଲିସ । ଗତ ୯ ମାସରେ କମିଶନରେଟ୍ ପୁଲିସ ୧୦ କେଜି ୩୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬୭ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଏହା ଭିତରେ ଅଗଷ୍ଟ ୧୫ ଠାରୁ ଗଠନ କରାଯାଇଥିବା ଅପରେସନ ହ୍ୱାଇଟ ସ୍ପାଇଡ଼ର ଟିମ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ୧ କେଜି ୭୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ।

ସବୁଦିନ ଭଳି ଶନିବାର ସକାଳୁ ଧଳାଜହର ବିକ୍ରି ହେଉଥିବା ବେଳେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ କୁ୍ୟଏଟି ଟିମ ଓ ବାଲିଅନ୍ତା ଥାନା ପୁଲିସ,ଅପରେସନ ହ୍ୱାଇଟ ସ୍ପାଇଡ଼ର ଟିମ ମିଳିତଭାବେ ଚଢ଼ାଉ କରି ସହିଦନଗର ଥାନା ଅଧୀନ କେଶୁରା ଅଞ୍ଚଳର ମୁରନାଲ ସାମଲ ନାମକ ବେପାରୀକୁ ଗିରଫ କରିବା ସହ ତାଠାରୁ ୨୬୦ ଗ୍ରାମ ବ୍ରାଉନସୁଗାର ଓ ୧୦ ହଜାର ୧୦୦ ଟଙ୍କା ଜବତ କରିଛନ୍ତି ।

ସୂଚନା ଥାଉକି, ଟ୍ୱିନ ସିଟିରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ ଚୋରା ବନ୍ଧୁକ କାରବାର ସ୍ପେକ୍ସ ରାକେଟ ଓ ନିଶା କାରବାର । ଯାହାକୁ ନେଇ ଚିନ୍ତାରେ କମିଶନରେଟ୍ ପୁଲିସ । ପ୍ରତେକ ଦିନ ଯେତିକି ମାତ୍ରାରେ ଅପରାଧୀ ନିଶା ବେପାରୀ ଗିରଫ ହେଉଛନ୍ତି ସେତିକି ମାତ୍ରାରେ ଟ୍ୱିନ ସିଟିରେ ବଢ଼ିବାରେ ଲାଗିଛି ଅପରାଧ ଓ ନିଶା କାରବାର । ବେପାରୀମାନେ ବିଭିନ୍ନ ତରିକା ଆପଣାଇ ଚଳାଉଛନ୍ତି ନିଶା କାରବାର ।

କଲିକତା, ଜଳେଶ୍ୱରରୁ କୋଟି କୋଟି ଟଙ୍କାର ବ୍ରାଉନସୁଗାରକୁ କଟକ ଓ ରାଜଧାନୀ ଚାଲାଣ ହେଉଛି । ସେହିଭଳି ଲକ୍ଷ ଲକ୍ଷ ଟଙ୍କା ଗଞ୍ଜେଇ କନ୍ଧମାଳ, କୋରାପୁଟ୍, ମାଲକାନାଗିରି, ଗଞ୍ଜାମ, ଗଜପତିରୁ ବସ, କାର, ବାଇକ ଓ ବିଭିନ୍ନ ଅଭିନବ ଉପାୟରେ ଭାୟା ରାଜଧାନୀ ଦେଇ ଚାଲାଣ ହେଉଛି । ଏହାକୁ ରୋକିବା ପାଇଁ କମିଶନରେଟ୍ ପୁଲିସ ସଜାଗ ରହିଛି । ଡ୍ରଗ୍ସ କାରବାରକୁ ରୋକିବା ପାଇଁ ଗଠନ କରାଯାଇଛି ହ୍ୱାଇଟ ସ୍ପାଇଡର ଟିମ । ପାର୍ବଣ ଋତୁ ସମୟରେ ଏହି ବେପାରୀମାନେ ବିଭିନ୍ନ ବସ୍ତି, ଭଡ଼ା ଘରେ ରହି ରାଜଧାନୀରେ କାୟା ବିସ୍ଥାନ ନ କରନ୍ତି ଓ  ରେଭପାର୍ଟି ଉପରେ କଡ଼ା ନଜର ରଖିବାକୁ ଟ୍ୱିନ ସିଟି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ପ୍ରେସମିଟ୍ ରୁ ଜଣା ପଡ଼ିଛି  ।

ପ୍ରେମିଟରେ ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି, ମୁମ୍ବାଇରେ କ୍ରୁଜରେ ଡ୍ରଗ୍ସ ଧରାପଡ଼ିବା ପରେ ଏପଟେ ଫେଷ୍ଟିଭାଲ ସିଜିନ ସମୟରେ ଟ୍ୱିନସିଟି ରେ ରେଭପାର୍ଟି ଉପରେ ରହିବ କମିଶନରେଟ୍ ପୁଲିସର କଡ଼ା ନଜର । ଏହା ସହ ଦୂର୍ଗାପୁଜା ସମୟରେ ସରକାରଙ୍କ ନିୟମକୁ ପାଳନ କରିବା ସହ ରାଜଧାନୀରେ ଅପରାଧ, ଡ୍ରଗ୍ସ କାରବାର, ସେକ୍ସ ରାକେଟ, ବନ୍ଧୁକ କାରବାରକୁ ରୋକିବା ପାଇଁ ମାଷ୍ଟରପ୍ଲାନ୍ । ସେହିଭଳି ଡ୍ରଗ୍ସ କାରବାର ରୋକିବାରେ ସଫଳ ହୋଇଛି ଏସଟିଏଫ୍, ଓଡ଼ିଶା ପୁଲିସ ଓ କମିଶନରେଟ୍ ପୁଲିସ ।