Friday, March 29, 2024

Top 5 This Week

Related Posts

ପୁଣି ଥରେ ସୋସିଆଲ ମିଡିଆ ଆପ୍‌ ଫେସବୁକରେ ସମସ୍ୟା : କ୍ଷମା ମାଗିଲା କମ୍ପାନୀ

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୧୦/୧୦) : ପୁଣି ଥରେ ସୋସିଆଲ ମିଡିଆ ଆପ୍‌ ଫେସବୁକରେ ସମସ୍ୟା ଦେଖାଦେଇଛି | ଶୁକ୍ରବାର ଦୁଇ ଘଣ୍ଟା ପାଇଁ ସାରା ବିଶ୍ୱରେ ଫେସବୁକ ବ୍ୟବହାରକାରୀ ଅଚଳାବସ୍ଥା ଜନିତ ସମସ୍ୟାରେ ପଡ଼ିଥିଲେ । ଦ୍ୱିତୀୟ ଥର ପାଇଁ ଏହି ବିଭ୍ରାଟକୁ ଫେସବୁକ ସ୍ୱୀକାର କରିବା ସହ ବ୍ୟବହାରକାରୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅଧିକାଂଶ ବ୍ୟବହାରକାରୀ ଇନଷ୍ଟାଗ୍ରାମରେ ଫଟୋ ଓ ଭିଡିଓ ଅପଲୋଡ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେହିପରି ପୁଣି ଥରେ ସୋସିଆଲ ମିଡିଆ ଆପ୍‌ ଫେସବୁକ ମେସେଞ୍ଜର୍‌ ରେ ଲୋକମାନେ ବାର୍ତ୍ତା ପଠାଇବାରେ ସମସ୍ୟାର ଭୋଗିଥିବା ଅଭିଯୋଗ କରିଥିଲେ । ତେବେ ଏହାର ପ୍ରାୟ ଦୁଇ ଘଣ୍ଟା ପରେ ସବୁ କିଛି ଠିକ ହୋଇଯାଇଥିବା ଇନଷ୍ଟାଗ୍ରାମ ସୂଚନା ଦେଇଥିଲା ।

ଫେସବୁକ ଟ୍ୱିଟ କରି କହିଛି, “ଆମେ ଜାଣିବାକୁ ପାଇଛୁ ଯେ କିଛି ଲୋକ ଆମର ଆପ ଗୁଡ଼ିକର ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁ କିଛିକୁ ଯଥାଶୀଘ୍ର ସ୍ୱାଭାବିକ କରିବାକୁ ପ୍ରୟାସ କରାଯାଉଛି । ଲୋକମାନେ ଏଥିପାଇଁ ଭୋଗିଥିବା ସମସ୍ୟା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ । ଏବେ ସବୁ କିଛି ସ୍ୱାଭାବିକ ହୋଇଯାଇଛି ।”

ରାତି ପ୍ରାୟ ୨.୩୩ ରେ ଇନଷ୍ଟାଗ୍ରାମ ଗୋଟିଏ ଟ୍ୱିଟ କରି କହିଛି ଯେ “ଯାହା ସମସ୍ୟା ସୃଷ୍ଟି ହୋଇଥିଲା ଏବେ ସେଗୁଡ଼ିକର ସମାଧାନ ହୋଇ ସାରିଛି । ଏବେ ସବୁକିଛି ସ୍ୱାଭାବିକ ହେଉଛି । ଆମ ସହିତ ରହିଥିବାରୁ ଧନ୍ୟବାଦ ।” ଏହା ପୂର୍ବରୁ ଅର୍ଥାତ ରାତି ପ୍ରାୟ ୧୨.୫୮ ରେ ଇନଷ୍ଟାଗ୍ରାମ ଟ୍ୱିଟ କରି ସମସ୍ୟାକୁ ସ୍ୱୀକାର କରିଥିଲା ଓ ଦୁଃଖ ମଧ୍ୟ ପ୍ରକାଶ କରିଥିଲା ।

ଏହାପୂର୍ବ ସପ୍ତାହରେ ଫେସବୁକ ଦ୍ୱାରା ପରିଚାଳିତ ଇନଷ୍ଟାଗ୍ରାମ, ହ୍ୱାଟସଆପ ଓ ଫେସବୁକ ଦୀର୍ଘ ୭ ଘଣ୍ଟା ପାଇଁ ଅଚଳ ହୋଇ ଯାଇଥିଲା । ଏଥିପାଇଁ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ଏବେ ପୁଣିଥରେ ଶୁକ୍ରବାର ଲୋକମାନେ ଦୁଇ ଘଣ୍ଟା ପାଇଁ ଫେସବୁକ ଦ୍ୱାରା ପରିଚାଳିତ ମେସେଜିଂ ଆପ୍‌ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ଏବେ ଫେସବୁକ ପକ୍ଷରୁ ସମସ୍ୟା କୁ ଦୂର କରାଯାଇଛି ଓ ଲୋକମାନେ ସ୍ୱାଭାବିକ ଭାବେ ଏହାର ବ୍ୟବହାର କରିପାରୁଛନ୍ତି । ତେବେ କ’ଣ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା ସେ କଥା ଜଣାପଡ଼ିନି ।

Popular Articles