ବେଆଇନ ସଟ୍ଟା କାରବାର ରେ ଦୁଇ ଅଭିଯୁକ୍ତ ଗିରଫ ସହ ନଗଦ ଟଙ୍କା ଜବତ

0
206

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୦/୧୦) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ସହର ରେ ବେଆଇନ ସଟ୍ଟା କାରବାର ଅଭିଯୋଗ ରେ ଦୁଇଗୋଟି ମୋବାଇଲ,ସଟ୍ଟା ଚିଟ,ନଗଦ ୪ ହଜାର ୬୦୦ ଟଙ୍କା ଓ କାଲକୁଲେଟର ସହ ଦୁଇ ଅଭିଯୁକ୍ତ ଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରିଥିବା ଜଣାଯାଇଛି ।

ବମ୍ବେ,କଲ୍ୟାଣି,ଭୂତନାଥ ନାମକ ତିନୋଟି ସଟ୍ଟା ଗଦି ମାଲିକ ପୋଲିସ ପ୍ରଶାସନ କୁ ମାସିକ ବଟି ଦେଇ ଲକ୍ଷ ଲକ୍ଷ ଟଙ୍କା ର ଏହି ବେଆଇନ ସଟ୍ଟା କାରବାର ଚଲାଇ ଆସୁଥିବା ଅଭିଯୋଗ ହୋଇ ଆସୁଥିଲା । ୧ ଟଙ୍କା ରେ ୮୦ ଟଙ୍କା ପାଇବା ଲୋଭରେ ଓ ଓପନ-କ୍ଲୋଜ ନାମକ ଦୁଇଥର ଦୁଇଗୋଟି ଯାହାକି ସିଙ୍ଗଲ ଓ ଡବଲ ଭାବେ ଏହି ଖେଳ ଚାଲିଥାଏ । ଓପନ ରେ ଏକ ଟଙ୍କା ରେ ଆଠ ଟଙ୍କା ଗୋଟିଏ ନମ୍ବର ରେ ଓ କ୍ଲୋଜ ରେ ଦୁଇଟି ନମ୍ବର ଯାହାକି ଦୁଇଟି ନମ୍ବର ରେ ୮୦ ଟଙ୍କା ମିଳିଥାଏ ।

ମୋବାଇଲ ରେ ଏହି ଖେଳ ଉକ୍ତ ସଟ୍ଟା ମାଲିକ ଙ୍କୁ ଅଧିକ ସହଜ ରେ ଖେଳା ଯାଇପାରୁଥିବା ଓ ଏଜେଣ୍ଟ ମାନେ ରହି ଖେଳ ଖେଳାଇ ବେଶ ମାଲେ ମାଲ ହୋଇ ପାରୁଥିବା ବେଳେ ସବୁ ବର୍ଗର ଲୋକେ ଏପରି କି ମହିଳା ମାନେ ଏ ଖେଳ ନିୟମିତ ଖେଳିଥାନ୍ତି ଓ ସର୍ବସ୍ୱାନ୍ତ ହୋଇ ଆସୁଥିବା ଦେଖାଯାଉଛି । ଏହି ଖେଳ କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ବେଶ ଜୋରସୋର ରେ ଚାଲିଥିବା ବେଳେ ଉକ୍ତ ଗଦି ମାଲିକ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଆସୁଛି ।