ବାଲିଗୁଡା ପୋଲିସ କୁ ମିଳିଛି ବଡ ସଫଳତା : ୬ କୁଇଣ୍ଟାଲରୁ ଊର୍ଧ୍ୱ ବେଆଇନ ଗଞ୍ଜେଇ ଜବତ,୨ ଗିରଫ

0
155

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା,(୯/୧୦) : ବାଲିଗୁଡା ପୋଲିସ କୁ ମିଳିଛି ପୁଣି ବଡ ସଫଳତା | ଗୋଟିଏ ଜଙ୍ଗଲ ଜାଗା ରେ ବେଆଇନ ଗଚ୍ଛିତ ରଖି ଚୋରା ଗଞ୍ଜେଇ ଚାଲାଣ ବେଳେ ଦୁଳିକିଆ ଘାଟି ସଲାକିଆ ରାସ୍ତାରେ ପୋଲିସ ପକ୍ଷରୁ ଆନୁମାନିକ ୫୦ ଲକ୍ଷ ରୁ ଊର୍ଧ୍ୱ ଟଙ୍କା ର ଗଞ୍ଜେଇ ଜବତ କରିଛି |

ବାଲିଗୁଡା ଥାନା ଏସଆଇ ଶାନ୍ତନୁ ପ୍ରଧାନ, ରଚିତା ମାଡ଼କାମୀ ସମେତ ପୋଲିସ ଷ୍ଟାଫ୍ ଙ୍କ ନେତୃତ୍ୱ ରେ ଶୁକ୍ରବାର ରାତିରେ ପେଟ୍ରୋଲିଙ୍ଗ ସମୟରେ ସଲାକିଆ ରୁ ଅନ୍ୟ ଜିଲ୍ଲାକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ବେଳେ ବାଲିଗୁଡା ପୋଲିସ କୁ ଛଅ କୁଇଣ୍ଟାଲ ଦୁଇ କେଜି ନଅ ଶହ ଷାଠିଏ ଗ୍ରାମ ଜବତ କରିଛି ପୋଲିସ | ଗିରଫ ବ୍ୟକ୍ତି ମାନେ ହେଲେ ବାଲିଗୁଡା ଥାନା ଅଞ୍ଚଳ ର ଵୃଷବ ପ୍ରଧାନୀ ଓ ସୋମନାଥ ମଳିକ ବୋଲି ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି |

ବାଲିଗୁଡା ଥାନା କେସ ୧୮୮/୨୧ ରେ ମାମଲା ରୁଜୁ କରାଯିବା ସହ ଘଟଣା ର ତଦନ୍ତ ଥାନା ଏସଆଇ ଶାନ୍ତନୁ ପ୍ରଧାନ କରୁଛନ୍ତି | ଦୁଇ ଗିରଫ ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି |