Friday, March 29, 2024

Top 5 This Week

Related Posts

ମୁନିଗୁଡାର ପାଇକସାହି ଠାରେ ଭାଗବତ ଟୁଙ୍ଗିର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା,(୭/୧୦) : ରାୟଗଡା ଜିଲ୍ଲା ମୁନିଗୁଡାର ପାଇକସାହି ଠାରେ ଆଦିତ୍ୟ ବାହିନୀ ମୁନିଗୁଡା ଶାଖା ଦ୍ୱାରା ପୁରୁଷୋତ୍ତମ ଭାଗବତ ଟୁଙ୍ଗିର ପ୍ରଥମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ମୁନିଗୁଡାର ପାଇକସାହି ଠାରେ ପୁରହିତ ବଂଶୀଧର ନନ୍ଦ ଓ ସୁଦାମ ଚରଣ ରଥଙ୍କ ମିଳିତ ପୌରହିତ୍ୟରେ ରୀତିନୀତି ଅନୁଯାଇ ପ୍ରଥମେ କଳସ ସ୍ଥାପନ କରିବା ସହ ଷୋଡଶ ଉପଚାର ପୂଜା, ହୋମଯଜ୍ଞ, ଘୃତ ଯଜ୍ଞ,ତୁଳସୀ ଅର୍ପଣ,କଥା ଯଜ୍ଞ,ଭାଗବତ ପଠନ, ଅର୍ଣ୍ଣ ଯଜ୍ଞ ଆଦି ସହ ବିଭିନ୍ନ ପୁଜାର୍ଚ୍ଚନା କରାଯାଇଥିବା ବେଳେ କର୍ତ୍ତା ଭାବେ ଅଭିମନ୍ୟୁ ସାହୁ ଓ ବିନୋଦିନୀ ସାହୁ କାର୍ଯ୍ୟ ତୁଲାଇଥିଲେ l ଏହି ଅବସରରେ ପାଇକସାହି ଟୁଙ୍ଗିର ସର୍ବଶ୍ରୀ ଜାମି.ମହେଶ ଓ ରାମଅବତାର ଅଗ୍ରୱାଲଙ୍କ ମିଳିତ ନେତୃତ୍ୱରେ ଭଜନ ସଂକୀର୍ତନ ସହ ନଗର ପରିକ୍ରମା କରାଯାଇଥିଲା l

ଉକ୍ତ କାର୍ଯ୍ୟକ୍ରମକୁ ଆଦିତ୍ୟ ବାହିନୀର ସଭାପତି ଟଙ୍କଧର ଗଜିବାଲି,ସମ୍ପାଦକ ସୁଧାକର ପାତ୍ର, ଦୁର୍ଯ୍ୟୋଧନ ଦାସ,ଗୋବିନ୍ଦ ଚନ୍ଦ୍ର ମିଶ୍ର,ଭାଗବତ ଟୁଙ୍ଗିର ସମ୍ପାଦକ ରଜତ ମହାରଣା,ସଭାପତି ଦୁର୍ଯ୍ୟୋଧନ ବେହେରା,ପୁଷ୍ପା ପାତ୍ର, ସୁଦେଷ୍ନା ଦାସ,ତାରିଣୀ ବେହେରା, ପ୍ରଭାକର ଲାବଲା, ଯଦୁମଣି ବେହେରା ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ l

Popular Articles