ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୧୧ ଅନୁଷ୍ଠିତ

0
186

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା,(୦୮/୧୦) : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଳା ସ୍ତରୀୟ ନୂଆଁଖାଇ ଭେଟଘାଟ ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୧୧ ଅନୁଷ୍ଠିତ ହୋଇଯାଇଛି ।

ବିଷମ କଟକ ବ୍ଳକ୍ ତରଫରୁ ସ୍ଥାନୀୟ NGO ନବୀନ କଳା ବିକାଶ ତରଫରୁ ଡ଼ଙ୍ଗରିଆ କନ୍ଧ ସମ୍ପ୍ରଦାୟ ଜନଜାତି ମହିଳା ଓ ପୁରୁଷ ମାନେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ଓ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ।

ନବୀନ ବିକାଶ ଚାରିଟେବୁଳ ଟ୍ରଷ୍ଟ ର ଚେୟାର୍ ମ୍ୟ।ନ ଶ୍ରୀ ବାଳ ମୁକୁନ୍ଦ ପାଳ, ଅମିତ କୁମାର ପାଢୀ, ଜବାବ ପାଲକା, ସୁଧାକର କରକରିଆ, ନରୋତ୍ତମ ପାଢ଼ୀ, ଅନିତା ପିଡିକାକା, ସୁନୀଲ ମହାନ୍ତି, ସୁରେଶ ୱାଡାକା, ସିନ୍ଧ ୱାଡାକା, ଉମା ଶଙ୍କର ଶାବତ, ସନ୍ତୋଷ କୁମାର ବେହେରା, ରାହୁଲ ମହାପାତ୍ର, ଅନିତା ବେହେରା ଓ ପଙ୍କଜିନୀ ନାୟକ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଭୁବନେଶ୍ୱର ରେ ବି ପ୍ରତିଯୋଗିତା ରେ ଭାଗ ନିଅନ୍ତି ଓ ଏମାନଙ୍କର କଳା ଓ ସଂସ୍କୃତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ପୂରା ଭାରତ ବର୍ଷ ରେ ବି ନିଜର ଖ୍ୟାତି ରଖନ୍ତି ଏହି ଆଦିମ ଡ଼ଙ୍ଗରିଆ କନ୍ଧ ସମ୍ପ୍ରଦାୟ ର ଜନଜାତି ।