ନବରଙ୍ଗପୁର ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ର ତ୍ରି-ଦିବସୀୟ ତାଲିମ୍ ଶିବିର ଉଦଯାପିତ

0
182

ରିପୋର୍ଟ : ଏ. ସତୀଶ
ନବରଙ୍ଗପୁର,(୧୦/୧୦) : ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଅନୁକୂଲ୍ୟ ରେ ନବରଙ୍ଗପୁର ମହାବିଦ୍ୟାଳୟ ଯୁବ ରେଡକ୍ରସ ଦ୍ଵାରା ତିନିଦିନିଆ ଶିକ୍ଷା ଓ ତାଲିମ୍ ଶିବିର ଉଦଯାପିତ ହୋଇଯାଇଅଛି ।WhatsApp Image 2021 10 10 at 6.46.54 AM ନବରଙ୍ଗପୁର ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ର ତ୍ରି-ଦିବସୀୟ ତାଲିମ୍ ଶିବିର ଉଦଯାପିତ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଜଗନ୍ନାଥ ମହାପାତ୍ର ଯୋଗ ଦେଇ ଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମମତା ଭତ୍ରl,କଲେଜର ପୂର୍ବତନ ଅଧ୍ୟକ୍ଷା ଡ଼ଃ. ୱାଇ. ଭେଙ୍କେଟେଶ୍ୱରୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ l କାର୍ଯ୍ୟକ୍ରମରେ ନବରଙ୍ଗପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ ବିନୋଦ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଓ ରେଡ଼କ୍ରସ ପରାମର୍ଶଦାତା ଡ଼ଃ. ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।

ଏହି ତିନିଦିନିଆ କାର୍ଯ୍ୟକ୍ରମରେ ନବରଙ୍ଗପୁର ମହାବିଦ୍ୟାଳୟ ,ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ, ନବରଙ୍ଗପୁରଡିଗ୍ରୀ ମହିଳା ମହାବିଦ୍ୟାଳୟ ର ରେଡ଼କ୍ରସ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ରେଡକ୍ରସ୍ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଯଥା ରେଡକ୍ରସ ର ଇତିହାସ, ମୌଳିକ ନୀତି, ରକ୍ତଦାନ, ପ୍ରାଥମିକ ଚିକିତ୍ସା ପ୍ରଣାଳୀ , ସଡ଼କ ସୁରକ୍ଷା, ନିଆଁ ଲିଭାଇବା ପ୍ରଣାଳୀ, ସ୍ୱଚ୍ଛ ଭାରତ ଭଳି ଅନେକ ବିଷୟରେ ସ୍ୱେଚ୍ଛାସେବୀ ମାନଙ୍କୁ ତାଲିମ୍ ଦିଆଯାଇଥିଲା ।

ରେଡକ୍ରସ୍ ର ଜିଲ୍ଲା ଆବାହକ ଡ ଭାସ୍କର ନାଥ ବିଶ୍ଵାଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା , ଅଧ୍ୟାପକ ମହମ୍ମଦ ଜାହାଙ୍ଗିର, ଅଧ୍ୟାପିକା ମାନସୀ ମହାପାତ୍ର, ଅଧ୍ୟାପକ ଅଶ୍ୱିନୀ ବେହେରା, ଅଧ୍ୟାପିକା ରଜନୀ ମିଞ୍ଜ, ଅଧ୍ୟାପିକା ନିର୍ମଳା ହିକକ୍କା ,ଅଧ୍ୟାପକ ଜିତେନ୍ଦ୍ର ରଥ ,ଅଧ୍ୟାପକ ଡି. ଗୋବିନ୍ଦା ରାଓ,ପ୍ରାଧ୍ୟାପକ ଡ଼ଃ.ନୀଳାଚଳ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ।

ବିଭିନ୍ନ ସମୟରେ ଆୟୋଜିତ ପ୍ରଶିକ୍ଷଣ ପର୍ବ ରେ ଇନ୍ଦ୍ରାବତୀ ମହାବିଦ୍ୟାଳୟ ଅଧ୍ୟାପକ ତଥା ଜାତୀୟ ସ୍ତରର ପ୍ରଶିକ୍ଷକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ଅତି ସୁନ୍ଦର ଭାବରେ first aid ଉପରେ ତାଲିମ ପ୍ରଦାନ କରିଥିଲେ । ଏତତ୍ ସହିତ ଅନ୍ୟତମ ପ୍ରଶିକ୍ଷୀକା ଭାବେ ସତ୍ୟ ସାଇ ସଂସ୍ଥା ତରଫରୁ ଅଧ୍ୟାପିକା ସ୍ୱପ୍ନା ମହାନ୍ତି ଯୋଗଦେଇ ସ୍ୱେଚ୍ଛାସେବୀ ଙ୍କୁ unity of faith ବିଷୟରେ ଅତି ସରଳ ଭାବରେ ବୁଝାଇଥିଲେ ।

ଆଜି ଶେଷ ଦିନର କାର୍ଯ୍ୟକ୍ରମରେ ସହକାରୀ ଫାଇର ଅଫିସର ଶ୍ରୀଯୁକ୍ତ ସୁହାଶିଷ ମୁଦୁଲି ଓ ଜିଲ୍ଳା ପରିବହନ ବିଭାଗ ର ସହକାରୀ ବରିଷ୍ଠ ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ପୁସିକାର ଯଥାକ୍ରମେ ନିଆଁ ଲିଭାଇବା ତରିକା ଓ ଟ୍ରାଫିକ ନିୟମ ବିଷୟରେ ପ୍ରଶିକ୍ଷଣ ଦେଇ ଅନେକ ପରାମର୍ଶ ଓ ଦିଗଦର୍ଶନ ସ୍ୱେଚ୍ଛାସେବୀ ମାନଙ୍କୁ ଦେଇଥିଲେ । ଜିଲ୍ଲା ରେଡକ୍ରସ ସଂଯଯୋକ ଅଖିଳ କୁମାର ଭଟ୍ଟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଶେଷ ପର୍ଯ୍ୟାୟରେ ସ୍ୱେଚ୍ଛାସେବୀ ମାନେ ନିଜ ନିଜ ଅନୁଭୂତି ପ୍ରକାଶ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଶ୍ରୀ ଜଗନ୍ନାଥ ମହାପାତ୍ର ପୁରସ୍କାର ବିତରଣ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ କର୍ମଚାରୀଙ୍କ ସହ ମହିଳା ଡିଗ୍ରୀ ମହାବିଦ୍ୟାଳୟର ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପିକା ଡ଼ଃ. ସଂଯୁକ୍ତା ପଣ୍ଡା, ଆଦର୍ଶ ମହାବିଦ୍ୟାଳୟର ଡ଼ଃ. ଲଷ୍ମୀ ବେହେରା,ଅଧ୍ୟାପକ ଚକ୍ରପାଣି ସାହୁ ସହଯୋଗ କରିଥିଲେ ।