Friday, March 29, 2024

Top 5 This Week

Related Posts

ହଠାତ ଗୁରୁତର ହୋଇ ଶିକ୍ଷକ ଙ୍କ ଶୋଚନୀୟ ମୃତ୍ୟୁ : ପୋଲିସ ତଦନ୍ତ ଆରମ୍ଭ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୧୦/୧୦) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ତରସିଙ୍ଗା ଗ୍ରାମର ଶିବସଙ୍କର ନାଗ,(ବ-୪୫) ନାମକ ଜଣେ ବ୍ୟକ୍ତି ହଠାତ ଗୁରୁତର ହୋଇ ଶୋଚନୀୟ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ସେ ହଠାତ ଗୁରୁତର ହୋଇ ପଡିଥିବା ରୁ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ କୁ ସୂଚନା ଦେଇଥିଲେ । ହେଲେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବା ଦେଖି ତାଙ୍କ ପରିବାର ର ତାଙ୍କ ଭାଇ ଏକ ବାଇକ ରେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ଡାକ୍ତର ଖାନା ରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ପୋଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦିଆଯାଇଛି । ମୃତକ √ ଶ୍ରୀ ନାଗ ଜଣେ ଶିକ୍ଷକ ଥିବା ବେଳେ ଏ ନେଇ ଗ୍ରାମରେ ଶୋକର ଛାଇ ଖେଳି ଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles