Thursday, October 21, 2021
HomeBreaking Newsଟିଟିଲାଗଡ଼ ନାଗରିକ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଟିଟିଲାଗଡ଼ ନାଗରିକ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୧୦/୧୦) : ଟିଟିଲାଗଡ଼ ନାଗରିକ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ | ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ସବ୍ଡିଭିଜନ ଅଞ୍ଚଳରେ ଓ ଟିଟିଲାଗଡ଼ ସହର ରେ ଏକ ପାର୍କ ନିର୍ମାଣ ପାଇଁ ରାଜ୍ୟ ସରକାର ୯୯ ଲକ୍ଷ ଟଙ୍କାର ଅନୁଦାନ ଦେଇଥିବା ବେଳେ ଓ ଉକ୍ତ ଅର୍ଥରେ ଆବଶ୍ୟକତା ଅନୁଯାୟୀ ଏକ ଷ୍ଟାଡିୟମ ନିର୍ମାଣ କରାଯିବା ଉଚିତ ଯାହା ଜନ ସାଧାରଣ ଉପକୃତ ହୋଇପାରିବେ ଓ ବାରମ୍ବାର ସାଧାରଣରେ ଦାବି ହୋଇ ଆସିଛି ।

ଏବେ ଉକ୍ତ ଧାର୍ଯ୍ୟ ସ୍ଥାନ ରେ ସରକାର ତୁରନ୍ତ ଉକ୍ତ ବ୍ୟବସ୍ଥା ଗ୍ରହଣ କରି ଅନ୍ୟ ସ୍ଥାନରେ ପାର୍କ ନିର୍ମାଣ ହୋଇ ପାରୁଥିବା ବେଳେ ଏହାକୁ ତୁରନ୍ତ ରଦ୍ଧ କରାଯାଉ, ଏ ନେଇ ଟିଟିଲାଗଡ଼ ନାଗରିକ କମିଟି ତରଫରୁ ସ୍ଥାନୀୟ ଜଳାରାମ ହୋଟେଲ ସ୍ଥିତ ସମ୍ମିଳନୀ କକ୍ଷ ରେ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଜଣାଇଛନ୍ତି । ସେହିପରି ଟିଟିଲାଗଡ଼ ରେ ଟ୍ରାଫିକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା ,ବିଦ୍ୟୁତ ବ୍ୟବସ୍ଥା ନେଇ ବିଷଦ ଆଲୋଚନା ହୋଇଥିଲା ।

ସେହିପରି ଟିଟିଲାଗଡ଼ ହଟପଦା ବଜାର ସହ ଟ୍ରାଫିକ ସମସ୍ୟା ନେଇ ଉଦବେଗ ପ୍ରକାଶ ପାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଗତ ଦିନରେ ଆସିବା ଦିନଠୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମସ୍ୟା ରେ ସୁଧାର ଆସିଛି ବୋଲି ନାଗରିକ କମିଟି ତରଫରୁ ପ୍ରକାଶ ପାଇଛି । ସରକାରୀ ଅର୍ଥ ର ସୁ ବିନିଯୋଗ ନ ହେବା ଯୋଗୁଁ ଏହି ଅଞ୍ଚଳରେ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ତାର ସମାଧାନ ପାଇଁ ନାଗରିକ କମିଟି ବାରମ୍ବାର ଦାବି କରି ଆସୁଥିବା ବେଳେ ପାନୀୟ ଜଳ ପ୍ରକଳ୍ପ ପାଇଁ ୨୫ କୋଟି ଟଙ୍କା ର ଅନୁଦାନ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବା ଯୋଗୁଁ କୃତଜ୍ଞତା ଜ୍ଞାପନ କରିଥିଲେ । ନାଗରିକ କମିଟି ଠିକ ସେହିପରି ସବ୍ଡିଭିଜନ ମୁଖ୍ୟ ଚିକିତ୍ସାଳୟ ରେ ମାତ୍ର ସାତଟି ଡାକ୍ତର ସହ ଭେଷଜ ବିଶେସଂଜ୍ଞ ଡ଼ଃ ଶ୍ରୀ ମେହେର ଙ୍କୁ ଅନ୍ୟତ୍ର ବଦଳି କରିବା ନେଇ ତୀବ୍ର ବିରୋଧ କରିଛନ୍ତି ।

ସରକାରୀ ଅର୍ଥ ଆସିବା ସତ୍ୱେ ଏହି ଅଞ୍ଚଳରେ ସୁ ବିନିଯୋଗ ନ ହେବା ଅତ୍ୟନ୍ତ ଦୁଃଖଦ ବିଷୟ ଏ ନେଇ ନାଗରିକ କମିଟି ନିଜ ତରଫରୁ ବିଭିନ୍ନ ଦାବି କରି ଆସୁଥିବା ବେଳେ ସ୍ୱତନ୍ତ୍ର ଭାବେ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ଦୃଢ଼ ଦାବି ପ୍ରକାଶ ପାଇଛି ।

ଟିଟିଲାଗଡ଼ ଉପଜିଲ୍ଲାପାଳ ଦାଇତ୍ୱ ରେ ଜଣେ ଆଇ ଏ ଏସ ସ୍ତରୀୟ ଅଧିକାରୀ ରହିଥିବା ସତ୍ୱେ କୌଣସି ଆବଶ୍ୟକୀୟ ପଦକ୍ଷେପ ନ ନେବା ନେଇ ତାଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମ ରେ କମିଟି ସଭାପତି ରାଧାକାନ୍ତ ପାଢ଼ୀ ସାମ୍ବାଦିକ ଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିବା ବେଳେ ଅନେକ ସଂଖ୍ୟା ରେ ସମ୍ବାଦିକ ତଥା ବୁଦ୍ଧିଜୀବୀ ଉପସ୍ଥିତ ରହି ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments