ଆନ୍ତଃ ଜିଲ୍ଲା ବାଇକ ଚୋରି ମାମଲାରେ ତିନି ମୁଖ୍ୟ ଅଭିଯୁକ୍ତ ଗିରଫ

0
293

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୦/୧୦) : ବଲାଙ୍ଗିର ସଦର ପୋଲିସକୁ ବଡ଼ ସଫଳତା ମିଳିଛି । ଚୋରି, ଡକାୟତି, ଗାଡ଼ି ଡିକି ଭାଙ୍ଗି ଲୁଟ୍ ଭଳି ଘଟଣାରେ ୩ ଜଣ ଆନ୍ତଃ ଜିଲ୍ଲା ବାଇକ ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ ।e23d15d9 0260 47fd 8024 b72856713584 ଆନ୍ତଃ ଜିଲ୍ଲା ବାଇକ ଚୋରି ମାମଲାରେ ତିନି ମୁଖ୍ୟ ଅଭିଯୁକ୍ତ ଗିରଫ

ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ୩ ଡକାୟତ ହେଲେ ରାଜା ଦାସ,ଦୟାସାଗର ଛତ୍ରିଆ ଓ ସାରଥି ବାଗ । ଆନ୍ତଃ ଜିଲ୍ଲା ବାଇକ ଚୋର ଙ୍କ ମଧ୍ୟରୁ ରାଜା ଦାସ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଦୟାସାଗର ଛତ୍ରିଆ ଓ ସାରଥି ବାଗ ସୋନପୁର ଜିଲ୍ଲା ଝୁପୁଡିପଡାର ବୋଲି ଜଣା ପଡିଛି । cf8d6d46 65e4 4a21 9b58 bebeb1228f77 ଆନ୍ତଃ ଜିଲ୍ଲା ବାଇକ ଚୋରି ମାମଲାରେ ତିନି ମୁଖ୍ୟ ଅଭିଯୁକ୍ତ ଗିରଫ

ଏମାନଙ୍କ ପାଖରୁ ୯ ଟି ନମ୍ବର୍ ପ୍ଲଟେ, ୯ ଟି ମୋବାଇଲ ଫୋନ, ପ୍ରାୟ ୩ଲକ୍ଷ ଟଙ୍କା ସୁନା ଗହଣା, ମୋବାଇଲ ସିମ୍ କାର୍ଡ, ପର୍ସ, ଗାଡ଼ି ନମ୍ବର ପ୍ଲେଟ ବଦଳାଇବା ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରାଂଶ ଆଦି ଜବତ ହୋଇଛି ।

ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଜିଲ୍ଲାର ଥାନାରେ ପ୍ରାୟ ୨୧ଟି ମାମଲା ରହିଥିବା ଏସଡ଼ିପିଓ ଶ୍ରୀବାଗ ସୂଚନା ଦେଇଛନ୍ତି । ସୋମବାର ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି ।