ବହୁ ପୁରାତନ ମାଁ ଦୁର୍ଗା ଦେବୀ ମନ୍ଦିରରେ ନୂତନ ଯଜ୍ଞମଣ୍ଡପ ପ୍ରତିଷ୍ଠା

0
504

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୧୦/୧୦) : ବୌଦ୍ଧ ଜିଲ୍ଲା ରାମଗଡ ଗ୍ରାମପଞ୍ଚାୟତ କୋଡାପଡା ଗ୍ରାମରେ ଥିବା ବହୁ ପୁରାତନ ମାଁ ଦୁର୍ଗାଦେବୀ ମନ୍ଦିର ପରିସରରେ ନୂତନ ମହା ଯଜ୍ଞମଣ୍ଡପ ର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି | ସୂଚନା ଅନୁଯାଇ କୋଡାପଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଦୁର୍ଗା କେଉଁ ଆବାହନ କାଳରୁ କୋଡାପଡା ଗ୍ରାମରେ ପୂଜା ପାଇଆସୁଛନ୍ତି |c5b70d73 bfff 4528 b58d d379682d12ce ବହୁ ପୁରାତନ ମାଁ ଦୁର୍ଗା ଦେବୀ ମନ୍ଦିରରେ ନୂତନ ଯଜ୍ଞମଣ୍ଡପ ପ୍ରତିଷ୍ଠା

ବର୍ଷକୁ ୩୬୫ ଦୀନ ବହୁ ପୁରାତନ ମାଁ ଦୁର୍ଗା ଦେବୀ ମନ୍ଦିରରେ ମାଁ ଙ୍କ ରୀତିନୀତି ଅନୁଯାଇ ପୂଜାର୍ଚନା କରାଯାଉ ଥିବାବେଳେ ଅଶ୍ଵିନୀ ମାସ ମାଁ ଙ୍କ ପାର୍ବଣ ମାସ ନବରାତ୍ର ରୁ ଏହି ପୀଠରେ ବହୁ ଆଡମ୍ବର ପୂର୍ଣ୍ଣ ପୂଜା ହୁଏ | ପୀଠରେ ଯଜ୍ଞ ମଣ୍ଡପ ନ ଥିବାରୁ ଗ୍ରାମ ବାସି ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଥିଲେବି ଦୀର୍ଘ ବର୍ଷ ରୁ ଗ୍ରାମବାସୀ ଙ୍କ ଆଶା ମଉଳି ଯାଇଥିବା ବେଳେ ମାନବ ସେବୀ ଶ୍ରୀମାନ ଲଡ଼ୁକିଶୋର ମିଶ୍ର ଓ ଶ୍ରୀମତୀ କୈଳାସିନୀ ମିଶ୍ର ଙ୍କ ସୁପୁତ୍ର ଧର୍ମ ବିଶ୍ୱାସୀ ଶ୍ରୀମାନ ରୁରୁ ମିଶ୍ର ଙ୍କ ସାହାଯ୍ୟଓ ସଂପୂର୍ଣ ସହାୟତା ରେ ଗ୍ରାମ ବାସୀଙ୍କ ଆଶା ପୂରଣ ହୋଇଥିଲା | ବହୁ ପ୍ରତୀକ୍ଷା ପରେ ଗ୍ରାମ ବାସୀଙ୍କ ଆଶା ପୂରଣ ହୋଇଥିବାରୁ ଗ୍ରାମର ସମସ୍ତ ଜନସାଧାରଣ ଶ୍ରୀମାନ ମିଶ୍ର ଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି!ଏହି ଯଜ୍ଞ ମଣ୍ଡପ ତିଆରିରେ ଗ୍ରାମବାସୀଙ୍କ ଅନୁମତି ଓ ସାହାଯ୍ୟ କ୍ରମେ ମିଶ୍ର ପରିବାର ଙ୍କ ସଂପୂର୍ଣ ସହାୟତାରେ ଏକ ପୂର୍ଣ୍ଣ ଯଜ୍ଞ ମଣ୍ଡପର ଆକୃତି ନେଇ ସାରା ରାମଗଡ଼ ପଂଚାୟତ ର ଦୃଷ୍ଟି ଆକର୍ଷଣ କରିଛି |0be50292 0b22 4260 a226 4542b8c65d29 ବହୁ ପୁରାତନ ମାଁ ଦୁର୍ଗା ଦେବୀ ମନ୍ଦିରରେ ନୂତନ ଯଜ୍ଞମଣ୍ଡପ ପ୍ରତିଷ୍ଠା

ଏହି ମଣ୍ଡପ କାର୍ଯ୍ୟ ସଂପୂର୍ଣ ହୋଇଥିବାରୁ ଚଳିତ ମାସ ମା ଙ୍କ ପାର୍ବଣ ମାସ ର ନବ ରାତ୍ରରେ ଏହି ଯଜ୍ଞ ମଣ୍ଡପ ଟିକୁ ଶୁଭ ପ୍ରତିଷ୍ଠା କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିଥିବା ବେଳେ ଉଦ୍ଘାଟନି ଉତ୍ସବରେ ଶ୍ରୀମାନ ରୁରୁ ମିଶ୍ର ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସୁପ୍ରଭାତ ପଣ୍ଡା କର୍ତ୍ତା ହୋଇ ଯଜ୍ଞ କୁଣ୍ଡ ରେ ବସିଥିବା ବେଳେ ଉମେଶ ଯୋଶୀ, ମାନଭଞ୍ଜନ ମହାପାତ୍ର, ରାଜୀବ ଲୋଚନ ଯୋଶୀ, ବିଶ୍ଵାମିତ୍ର ଯୋଶୀ, ଚିତ୍ତରଞ୍ଜନ ପୁରୋହିତ ଓ ଚିତ୍ତରଞ୍ଜନ ଦାସ ୬ଜଣ ନୈସ୍ଟିକ ପୁରୋହିତଙ୍କ ପୌରହୀତାରେ ତିନି ଦୀନ ଧରି ହୋମ ଯଜ୍ଞ, ଓ ଏକ ଦୀନ ନାମ ଯଜ୍ଞ ଏବଂ ଅନ୍ନ ଯଜ୍ଞ କରାଯାଇ ଏହି ପର୍ଯ୍ୟକ୍ରମ ଟିକୁ ଉଦଯାପିତ କରାଯାଇଥିଲା