Friday, March 29, 2024

Top 5 This Week

Related Posts

ମନମୁଣ୍ଡା ଉଚ୍ଚ ବିଦ୍ୟାଳୟ ର 5T କାର୍ଯ୍ୟ ପରିଦର୍ଶନ କଲେ ଡେପୁଟି ସେକ୍ରେଟାରୀ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୧/୧୦) : ବୌଦ୍ଧ ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ମନମୁଣ୍ଡା ଉଚ୍ଚ ବିଦ୍ୟାଳୟ ର 5T ରୂପାନ୍ତରିକରଣ କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ଙ୍କ ମନରେ ପ୍ରତିଯୋଗୀ ମନୋଭାବ ସୃଷ୍ଟି କରିବା ସହିତ ଶିକ୍ଷାର ବିକାଶ ହୋଇପାରିବ ବୋଲି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି |

ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ବିହାରର କିଛି ପୁରାତନ ବିଦ୍ୟାଳୟ ରେ 5T ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳୟ ର ଭିତ୍ତିଭୂମି ବିକାଶ ର ଲକ୍ଷ୍ୟ ଅଟେ | ଆଜି କଣ୍ଟାମାଳ ବ୍ଲକ ର ମନମୁଣ୍ଡା ଉଚ୍ଚ ବିଦ୍ୟାଳୟ କୁ 5T ରୂପାନ୍ତରିକରଣ କାର୍ଯ୍ୟକୁ ପରିଦର୍ଶନ ପାଇଁ ଡେପୁଟି ସେକ୍ରେଟାରୀ ସି.ଏ.ମୋ. ଶୁଭ୍ରାଂଶୁ ମିଶ୍ର, ବୌଦ୍ଧ ଉପଜିଲ୍ଲାପାଳ ଅଶ୍ଵିନୀ ମେହେର, ପ୍ରମୁଖ ବିଦ୍ୟାଳୟ କୁ ଗସ୍ତ କରିଥିଲେ | ଏହି ବିଦ୍ୟାଳୟ ର ପରିଦର୍ଶନ ରେ ସେ ବହୁ ସନ୍ତୋଷ ପ୍ରକାଶ କରିଥିଲେ | ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପୃଷ୍ଟି, ଶିକ୍ଷକ ସତ୍ୟପାଳ ମିଶ୍ର, ସମ୍ବିତ କୁମାର ମିଶ୍ର, ନମିତା ନାଏକ, ପୁରାତନ ଛାତ୍ର ସଂଘ ର ସଭାପତି ଗୋବର୍ଦ୍ଧନ ସାହୁ, ପ୍ରକାଶ ମେହେର, ପ୍ରମୁଖ ଉପସ୍ଥିତ ରହିଥିଲେ |

ପ୍ରକାଶ ଥାଉ କି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେ ଯୁଦ୍ଧ କାଳୀନ ଭିତରେ ଏହି 5T ବିଦ୍ୟାଳୟ ର କାର୍ଯ୍ୟର ମାନ ଠିକ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିତ କରିଛନ୍ତି | ଫଳରେ ମନମୁଣ୍ଡା ଉଚ୍ଚବିଦ୍ୟାଳୟ ର ରୂପାନ୍ତରିତ କାର୍ଯ୍ୟ ହେଉଛି ବୋଲି ସାଧାରଣ ଜନସାଧାରଣ ମତ ପ୍ରକାଶ କରିଛନ୍ତି |

Popular Articles