Friday, March 29, 2024

Top 5 This Week

Related Posts

ପ୍ରଜିତା ଜ୍ବେଲର୍ସ୍ ଲୁଟର ଆଠ ମାସ ପରେ ବି ପୋଲିସର ହାତ ଖାଲି : ଚର୍ଚ୍ଚାରେ ଥାନା ଅଧିକାରୀଙ୍କ ଭୂମିକା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୧/୧୦) : ବାଉଁଶୁଣୀ ଥାନା ସାହାଜପାଲ୍ ଛକ ନିକଟ ପ୍ରଜିତା ଜ୍ବେଲର୍ସ୍ ରୁ ହୋଇଥିବା ସୁନା ଗହଣା ଭର୍ତ୍ତି ବ୍ୟାଗ୍ ଚୋରୀ ଘଟଣାକୁ ଆଠ ମାସ ବିତିଗଲା ହେଲେ ପୋଲିସର ହାତ ଏ ଯାଏଁ ଖାଲି ରହିଛି |

ପ୍ରଜିତା ଜ୍ବେଲର୍ସ୍ ନିକଟ ଅନ୍ୟ ଦୋକାନର ସି.ସି.ଟି.ଭି. କ୍ୟାମେରା ଫୁଟେଜରୁ ଚୋରୀ ସମ୍ପର୍କରେ ଅନେକ ସୁରାକ୍ ମିଳିଥିଲେ ସୁଦ୍ଧା ଚୋରକୁ ଧରିବାରେ ବାଉଁଶୁଣୀ ପୋଲିସ୍ ବିଫଳ ହୋଇଥିବା ଆଲୋଚନା ହେଉଛି | ଚୋରୀ କରିଥିବା ଯୁବକ ଘଟଣାର ପୂର୍ବ ଦିନ ମଧ୍ୟ ଆସି ସାମ୍ନା ଦୋକାନରେ ବହୁ ସମୟ ବସି ମୋବାଇଲରେ କଥାବାର୍ତ୍ତା ହୋଇଥିବା ସି.ସି.ଭି.ର ଚିତ୍ର କହୁଛି l ଜ୍ବେଲର୍ସ୍ ମାଲିକ ଏହାର କ୍ୟାସେଟ୍ ବାଉଁଶୁଣୀ ଥାନାରେ ବାରମ୍ବାର ଦେଇଥିଲେ ସୁଦ୍ଧା ପୋଲିସ୍ ସୁଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବାରେ ତତ୍ପର ପ୍ରକାଶ କରିପାରିନଥିବା ସାହାଜପାଲ୍ ଅଞ୍ଚଳରେ ଚର୍ଚ୍ଚା ହେଉଛି |

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜାନୁଆରୀ ୨୦ ତାରିଖ ସକାଳ ପ୍ରାୟ ୯ ଘଣ୍ଟା ସମୟରେ ବାଉଁଶୁଣୀ ଥାନା ସାହାଜପାଲ୍ ଛକ ନିକଟରେ ଥିବା ପ୍ରଜିତା ଜ୍ବେଲର୍ସ୍ ମାଲିକ ପ୍ରଦୀପ ପୃଷ୍ଟିଙ୍କ ପୁଅ ଦୀପକ କୁମାର୍ ପୃଷ୍ଟି ଦୋକାନ ଖୋଲିବା ପାଇଁ ସକାଳ ୯ ଘଣ୍ଟା ସମୟରେ ଆସିଥିଲେ l ସର୍ଟର ଖୋଲିବା ପାଇଁ ଦେଖିବା ବେଳକୁ ଦୋକାନ ବାରଣ୍ଡା ରେ କିଛି ମଇଳା ପଡିଛି l ଘରୁ ଆଣିଥିବା ସୁନା ଗହଣା ବ୍ୟlଗକୁ ଦୋକାନ ଭିତରେ ରଖି ସର୍ଟର ତଳକୁ ଖସାଇ ପଡୋଶୀ ଘରକୁ ପାଇଁ ପାଣି ଆଣିବାକୁ ଯାଇଥିଲେ l ଫେରିବା ପରେ ଦେଖିଲେ ବ୍ୟାଗ୍ ନାହିଁ | ନିକଟରେ ଥିବା ଆଉ ଏକ ଦୋକାନର ସିସି ଟିଭି ଫୁଟେଜରୁ ଜଣେ ଦୁର୍ବୃତ୍ତ ବ୍ୟାଗ୍ ଧରି ଦଉଡି ପଳାଉଥିବା ଦେଖିବାକୁ ମିଳିଥିଲା l

ଏ ସମ୍ପର୍କରେ ପ୍ରଦୀପ ପୃଷ୍ଟି ବାଉଁଶୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ବାଉଁଶୁଣୀ ଥାନା ଅଧିକାରୀ ସୁବାଷ ରାୟଗୁରୁ ମାମଲା ସମ୍ପର୍କରେ ସବୁ ପ୍ରମାଣ ଥାଇ ମଧ୍ୟ ହାତବାନ୍ଧି ବସି ରହିବାରୁ ଶ୍ରୀ ପୃଷ୍ଟି ଚାରି ଚାରି ଥର ଏସ. ପି., ଅତିରିକ୍ତ ଏସ. ପି. ଓ ଉପଖଣ୍ଡ ପୋଲିସ୍ ଅଧିକାରୀଙ୍କୁ ଗୁହାରି କରିସାରିଛନ୍ତି ମାତ୍ର ତଦନ୍ତ ଗୋଟିଏ ପାଦ ମଧ୍ୟ ଆଗେଇ ପାରି ନ ଥିବା ଅଭିଯୋଗ ହୋଇଛି | ଏ ସମ୍ପର୍କରେ ତଦନ୍ତ କେତେ ବାଟ ଗଲା ବୋଲି ଥାନା ଅଧିକାରୀ ଶ୍ରୀ ରାୟଗୁରୁଙ୍କୁ ପଚରା ଯିବାରୁ ସେ ଲୋକଙ୍କ ସେବା ପାଇଁ ବାଉଁଶୁଣୀ ଥାନାରେ ରହି ନାହାନ୍ତି ଓ ସେ ଲୁଟ୍ କରିବା ପାଇଁ ଅଛନ୍ତି ବୋଲି ଅଟହାସ୍ୟ କରିଥିଲେ | ଥାନା ଅଧିକାରୀ ଭଳି ଏକ ଦାୟିତ୍ବ ସମ୍ପନ୍ନ ପଦବୀରେ ଏଭଳି ଚରିତ୍ରର ଲୋକଙ୍କୁ କିଭଳି ସରକାର ଅବସ୍ଥାପିତ କରିଛନ୍ତି ତାହା ଲୋକଙ୍କୁ ବିସ୍ମିତ କରୁଛି |

ଜ୍ବେଲର୍ସ୍ ଲୁଟ୍ ଘଟଣାର ତଦନ୍ତ ଅନ୍ୟ କୌଣସି ଦାୟିତ୍ବ ସମ୍ପନ୍ନ ଦକ୍ଷ ପୋଲିସ୍ ଅଧିକାରୀଙ୍କୁ ପ୍ରଦାନ କରିବା କିମ୍ବା କ୍ରାଇମ ବ୍ରାଞ୍ଚ ଦ୍ବାରା କରାଇବାକୁ ଜନସାଧାରଣରେ ଦାବି ହେଉଛି | ଜାଣି ଶୁଣି ଅପରାଧୀଙ୍କୁ ଘଣ୍ଟ ଘୋଡାଉ ଥିବା ଶ୍ରୀ ରାୟଗୁରୁଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣା ଯିବାକୁ ଜନ ଅଧିକାର ସୁରକ୍ଷା ମଞ୍ଚ ଦାବି କରିଛି |

Popular Articles