Friday, March 29, 2024

Top 5 This Week

Related Posts

ଭାରତରେ ବିଦ୍ୟୁତ ସଙ୍କଟ ! ଦେଶରେ ହେଇପାରେ ବ୍ଲାକଆଉଟ୍‌ !

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୧୧/୧୦) : ଭାରତରେ ବିଦ୍ୟୁତ ସଙ୍କଟ ! କୋଇଲା ଅଭାବ ପାଇଁ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟ ଏବେ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ସବୁ ରାଜ୍ୟଗୁଡିକର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କିଛି ଦିନ ପାଇଁ ହିଁ କେବଳ କୋଇଲା ଷ୍ଟକ୍ ଅଛି ।

ଭାରତରେ ବିଦ୍ୟୁତ ସଙ୍କଟ ଏଡ଼ାଇବାକୁ କୋଇଲା ଯୋଗାଣକୁ ସ୍ୱାଭାବିକ କରିବାକୁ ଏହି ରାଜ୍ୟଗୁଡିକ କେନ୍ଦ୍ର ସରକାର ଏବଂ ଶକ୍ତି ମନ୍ତ୍ରଣାଳୟକୁ ଗୁହାରି କରିଛନ୍ତି । ସେପଟେ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବିଜୁଳି କାଟ୍‌ ଆରମ୍ଭ ହୋଇଯାଇଛି । ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଅଧା ଭାରତରେ ଅନ୍ଧକାର ଛାଇଯିବ ।

ସୂଚନାଯୋଗ୍ୟ, ଦେଶର ଥର୍ମାଲ ପାଓ୍ଵାର ପ୍ଲାଣ୍ଟରେ କୋଇଲାର ଘୋର ଅଭାବ ଦେଖା ଦେଇଛି । ଦେଶର ୧୩୫ ପ୍ଲାଣ୍ଟରେ କୋଇଲାରୁ ବିଜୁଳି ଶକ୍ତି ଉତ୍ପାଦନ ହୋଇଥାଏ । ଏଥିରୁ ମୋଟ୍ ଚାହିାଦର ୭୦% ବିଜୁଳି ମିଳିଥାଏ । ଏହି ସବୁ ପ୍ଲାଣ୍ଟମାନଙ୍କରେ ତିନି ଦିନରୁ କମ ସମୟରେ କୋଇଲା ଗଚ୍ଛିତ ଅଛି । ଏଥିସହ ରାଜସ୍ଥାନ, ତାମିଲନାଡୁ ଏବଂ ଓଡିଶା ପରି କୋଇଲା ସମ୍ବଳ ରାଜ୍ୟରେ ମଧ୍ୟ କୋଇଲାର ଗମ୍ଭୀର ସଙ୍କଟ ରହିଛି ।

ତେବେ ଶକ୍ତି ମନ୍ତ୍ରଣାଳୟ ଅନୁଯାୟୀ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରୟାସ ସହ ଏହି ସଙ୍କଟ ଦୂର ହୋଇଯିବ ବୋଲି ଶକ୍ତି ମନ୍ତ୍ରଣାଳୟ ଦାବି କରିଛନ୍ତି | କୋଇଲା ମନ୍ତ୍ରଣାଳୟ ମଧ୍ୟ ସପ୍ତାହରେ ଦୁଇଥର କୋଇଲା ଷ୍ଟକ୍ ସମୀକ୍ଷା କରିବା ପାଇଁ ଦୁଇଟି ଟିମ୍‌ ଗଠନ କରିଛି ।

Popular Articles