ଶାହରୁଖ ଖାନ୍‌ ଅଭିନୀତ ବିଜ୍ଞାପନ ପ୍ରସାରଣ ସ୍ଥଗିତ କଲା ‘ବାଇଜୁସ୍‌’

0
126

ରିପୋର୍ଟ : ସୁଭାସିସ ନାୟକ
ବେଙ୍ଗାଲୁରୁ,(୧୧/୧୦) : ଟୁଇଟର୍‌ରେ ବିବାଦୀୟ ମନ୍ତବ୍ୟ ହେତୁ ଶାହରୁଖ ଖାନ୍‌ ଅଭିନୀତ ବିଜ୍ଞାପନ ପ୍ରସାରଣ ସ୍ଥଗିତ କଲା ‘ବାଇଜୁସ୍‌’ l ‘ଡ୍ରଗ୍‌’ ମାମଲା ଅଭିଯୋଗରେ ଅଭିନେତା ଶାହରୁଖଙ୍କ ପୁଅ ବିଚାର ବିଭାଗୀୟ ଅଦାଲତରେ ଥିବା ବେଳେ ଶିକ୍ଷା ପ୍ରଦାନକାରୀ କମ୍ପାନି ‘ବାଇଜୁସ୍‌’ ତାଙ୍କ (ଶାହରୁଖ୍‌) ଅଭିନୀତ ବିଜ୍ଞାପନ ପ୍ରସାରଣ କରୁଥିବାରୁ ସାମାଜିକ ଗଣମାଧ୍ୟମରେ କଟୂ ସମାଲୋଚନାର ସରବ୍ୟ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଛି ।

ବାଇଜୁସ୍‌’ ହେଉଛି ଭାରତର ସବୁଠୁ ଅଧିକ ମୂଲ୍ୟବାନ ନୂତନ କମ୍ପାନି । ସମ୍ପ୍ରତି ‘ବାଇଜୁସ୍‌’ର ନିଶୁଳ୍କ ପ୍ଲାଟ୍‌ଫର୍ମରେ ୧୦୦ ନିୟୁତ ଶିକ୍ଷାର୍ଥୀ ଥିବାବେଳେ ୭ ନିୟୁତ ପ୍ରାପ୍ୟ ଦାନକାରୀ ଶିକ୍ଷାର୍ଥୀ ଅଛନ୍ତି । ଏହାର ସଂସ୍ଥାପକ ହେଉଛନ୍ତି ବାଇଜୁ ରବିନ୍ଦ୍ରନ୍‌ ।୨୦୧୭ରୁ ଅଭିନେତା ଖାନ୍‌ ‘ବାଇଜୁସ୍‌’ର ‘ବ୍ରାଣ୍ଡ୍‌ ଆମ୍ବାସାଡର୍‌’ ଅଛନ୍ତି । ମାତ୍ର ଅଳ୍ପ ଦିନ ତଳେ ଶାହରୁଖ ଖାନ୍‌ ଅଭିନୀତ ‘ବାଇଜୁସ୍‌ କ୍ଲାସେସ୍‌’ ନାମରେ ଉକ୍ତ କମ୍ପାନିର ଅନ୍ୟ ଏକ ‘ଅନ୍‌ଲାଇନ୍‌ ଟ୍ୟୁଟରିଙ୍ଗ୍‌’ ଉପକ୍ରମର ବିଜ୍ଞାପନ ଦେଇଥିଲେ । ‘ସ୍କୁଲ୍‌-ଲର୍ଣ୍ଣିଙ୍ଗ୍‌ ସଲୁସନ୍‌ସ୍‌’ ପରେ ‘ପର୍ସନାଲାଇଜ୍‌ଡ୍‌’ ରେ ଉପରେ ଆଲୋକପାତ କରି ଗତବର୍ଷ ‘ଆଇପିଏଲ୍‌’ ମ୍ୟାଚ୍‌ ସହ ‘ବାଇଜୁସ୍‌’ ଗୋଟାଏ ଟେଲିଭିଜନ୍‌ ବିଜ୍ଞାପନ ମଧ୍ୟ ଆରମ୍ଭ କରିଥିଲା ।

ଏହା ବ୍ୟତିତ, ‘ବିଗ୍‌ ବାସ୍କେଟ୍‌’ ଓ ‘ରିଲାଏନ୍‌ସ୍‌ ଜିଓ’ ସମେତ ଖାନ୍‌ ଅନ୍ୟାନ୍ୟ ଅନେକ ‘ବ୍ରାଣ୍ଡ୍‌’ର ମଧ୍ୟ ବିଜ୍ଞାପନ ଦେଉଛନ୍ତି । କିନ୍ତୁ, ସବୁଠୁ ଅଧିକ ସମାଲୋଚନାର ସରବ୍ୟ ହୋଇଛି ତାଙ୍କ ଅଭିନୀତ ‘ବାଇଜୁସ୍‌’ ବିଜ୍ଞାପନ l କାରଣ, ଏହା ପିଲାମାନଙ୍କୁ ମଣିଷ କରିବା ଉପରେ ପର୍ଯ୍ୟବେଶିତ ହୋଇଥିବା ବେଳେ ସ୍ୱୟଂ ଅଭିନେତାଙ୍କ ପୁଅ ‘ଡ୍ରଗ୍‌’ ସେବନ ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ।