ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

0
181

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,(୧୧/୧୦) : ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଅନ୍ତର୍ଗତ କପାଣି ବସ ଷ୍ଟେସନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ବେଲପଡା ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ କପାଣି ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରୁ ଦେବାଦେବୀ ପୂଜାର୍ଚନା ପରେ ସଶସ୍ତ୍ର ଆଦିବାସୀ ମାନେ ଡକା ବାଦ୍ୟ ତାଳେ ତାଳେ ନାଚି ନାଚି ହଜାର ସଂଖ୍ୟାରେ ଗାଁ ପରିକ୍ରମା କରି ସଭାସ୍ଥଳକୁ ପହଞ୍ଚିଥିଲେ । ସଭାରେ ଶ୍ରୀଯୁକ୍ତ ଡମ୍ବରୁ ଧରୁଆ ଙ୍କ ସଭା ସଞ୍ଚାଳନ ରେ ବେଳପଡା ବ୍ଲକ ସଭାପତି ଶ୍ରୀଯୁକ୍ତ ବସନ୍ତ ମାଝୀ ଙ୍କ ସଭାପତିତ୍ବରେ ଉପସ୍ଥିତ ନିମନ୍ତ୍ରିତ ଅତିଥିଙ୍କୁ ମଞ୍ଚରେ ମଞ୍ଚାସିନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ସଭା ରେ ନୂଆଁଖାଇ ପାଳନ ସହ ଆଦିବାସୀ ମାନଙ୍କର ନୂଆଁଖାଇ ସହ ଥିବା ଗୂଢ ରହସ୍ୟ ତଥା କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଭାସ୍କର୍ଯ୍ୟ ,ଲୁକ୍କାୟିତ ପ୍ରତିଭା କୁ ପୁନର୍ଜିବିତ କରି ଯୁଗ ଯୁଗ ବଞ୍ଚେଇବା ପାଇଁ ଆଲୋଚନା ହୋଇଥିଲା । ଆଦିବାସୀ ମାନେ ପରମ୍ପରା ନାଁ ରେ ମଦ ନିଶାରେ ନିଜକୁ ନ ବୁଡ଼େଇ ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ଶିକ୍ଷା, ଚାକିରୀ, ରାଜନୀତି, ବ୍ୟବସାୟ ଓ ଅନେକ ସଫଳ ମାର୍ଗରେ ନିଜକୁ ନିୟୋଜିତ କରି ସଫଳତା ହାସଲ କରିଥିବା ଜନସାଧାରଣ ଙ୍କ ସହ ତାଳ ଦେବାକୁ ବକ୍ତା ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହା ସଚିବ ଶ୍ରୀ ନିରଞ୍ଜନ ବିଶି, ମୁଖ୍ୟ ବକ୍ତା ଭାବରେ ଆୟୋଜକ ଶ୍ରୀ ପୁରୁଷୋତ୍ତମ ଧରୁଆ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଉପସଭାପତି ଶ୍ରୀ ଶ୍ୟାମ ସୁନ୍ଦର ଭୋଇ ଅନ୍ୟତମ ଅତିଥି ଭାବରେ ସତ୍ୟନାରାୟଣ ଭୋଇ,ବନଳତା ମାଝୀ, ମାହେଶ୍ୱରୀ ମାଝୀ, ଖେଳନ୍ତି ସମରଥ, ଅଷ୍ଟରତ୍ନ ବରିହା,ଅଚ୍ୟୁତ ଧରୁଆ, ହେମେନ୍ଦ୍ର ହାଁସଦା, ପଦ୍ମନ ପଧାନୀ, ନିତ୍ୟା ମାଝୀ, ପ୍ରଫୁଲ୍ଲ ତୁମୁନିଆ,ଟଂକଧର ଧରୁଆ,ଦଶରଥ ଛତ୍ରୀଆ,ବିପ୍ର ବିଶି, ନାରାୟଣ କିଷାନ,ଗିରିରାଜ ଭୋଇ,ସାରଥୀ ବାଗ, ରାଜକିଶୋର ଛତ୍ରୀଆ ,ଡମ୍ବରୁ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।