ଭୁଲ ଟ୍ରେନ ରେ ଚଢ଼ି ଯାଇଥିବା ଜାଣି ଟ୍ରେନ ରୁ ଡେଇଁ ଯୁବକ ଗୁରୁତର

0
180

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼,(୧୧/୧୦) : ଭୁଲ ଟ୍ରେନ ରେ ଚଢ଼ି ଯାଇଥିବା ଜାଣି ଅଧର୍ଯ୍ୟ ହୋଇ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିବା ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଜିଆରପି ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ଭୋର ସକାଳ ୫ ଟାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ ରୁ କିଛି ଦୂର ରେଳ ଅଣ୍ଡରବ୍ରିଜ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।WhatsApp Image 2021 10 11 at 12.47.44 PM ଭୁଲ ଟ୍ରେନ ରେ ଚଢ଼ି ଯାଇଥିବା ଜାଣି ଟ୍ରେନ ରୁ ଡେଇଁ ଯୁବକ ଗୁରୁତର

ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅଧିନସ୍ଥ ଟୁବାପଡା ଗାଁର ଶିବ ଶଙ୍କର ନିଜ ମାନସିକ ବ୍ରତ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିଲେ । ସେଠାରୁ ସେ ଆଜି ଟ୍ରେନ ଯୋଗେ ଫେରି ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚିଥିଲେ । ତାଙ୍କୁ ଟିଟିଲାଗଡ଼ରୁ ପୁଣି ଅନ୍ୟ ଏକ ଟ୍ରେନ ଯୋଗେ ନିଜ ଗାଁକୁ ଯିବାର ଥିଲା । ସେଥିପାଇଁ ସେ ଟିଟିଲାଗଡ଼-ହାଓ୍ଵଡ଼ା ସ୍ୱତନ୍ତ୍ର ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଅପେକ୍ଷା କରିଥିଲେ । ଶିବ ଶଙ୍କର କିନ୍ତୁ ଭୁଲବଶତଃ ସମ୍ବଲପୁର ବିଶାଖାପଟ୍ଟନମ-କୋରବା ସ୍ୱତନ୍ତ୍ର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଚଢ଼ି ଯାଇଥିଲେ । ତେବେ ଟିଟିଲାଗଡ଼ ଓଭରବ୍ରିଜ ନିକଟରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଥିଲେ ଯେ ଟ୍ରେନ ଟି ରାୟପୁର ପଟକୁ ଯାଉଛି । ତେଣୁ ଭୁଲ ଟ୍ରେନ ରେ ଚଢ଼ି ଯାଇଥିବା ଜାଣି ସେ ହାଟପଦାପଡ଼ା ନିକଟରେ ଚଳନ୍ତା ଟ୍ରେନରୁ ତଳକୁ ଡ଼େଇଁ ପଡ଼ିଥିଲେ ।

ଫଳରେ ତାଙ୍କ ବାମ ଗୋଡ଼ ଟ୍ରେନ ଚକ ତଲେ ପଡ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ଟିଟିଲାଗଡ଼ ଜିଆରପି ପୋଲିସ ଅଧିକାରୀ ଅବନୀ ସାହୁ ଘଟଣାସ୍ଥଳ ରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ରେ ପହଞ୍ଚେଇଥିଲେ । ହେଲେ ଡାକ୍ତର ତାଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାଇଛନ୍ତି ।