ଧୁଙ୍ଗିଆମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

0
246

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୧/୧୦) : ହରଭଙ୍ଗା ବ୍ଲକ ଧୁଙ୍ଗିଆମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ସେବତୀ କହଁର ଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଯାଇଛି ।

ଧୁଙ୍ଗିଆମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ସୁଧିର ଦୀପ ଯୋଗ ଦେଇ କାର୍ଯ୍ୟକ୍ରମର ବିଶେଷତ୍ୱ ସମ୍ପର୍କରେ ଅବଗତ କରାଇବା ସହ ସମାଜରେ କନ୍ୟା ସନ୍ତାନର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ସମସ୍ତ କିଶୋରୀ ବାଳିକା ଓ ଅନ୍ୟ ମାନଙ୍କୁ ବୁଝାଇଥିଲେ । ତା ସହ କନ୍ୟା ଭୃଣ ହତ୍ୟା ର ନିୟନ୍ତ୍ରଣ ଉପରେ ସଚେତନତା ସୃଷ୍ଟି କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଚାଳିଶ ଜଣ କିଶୋରୀ ବାଳିକା ଙ୍କ ସମେତ ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହଯୋଗୀ ଗୀତାଞ୍ଜଳି କାଠୁଆ ସହଯୋଗ କରିଥିଲେ ଓ ଆଶା କର୍ମୀ ଝିଲ୍ଲୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।