ସଂଗ୍ରାମପୁର ପଞ୍ଚାୟତ ହାଈସ୍କୁଲ ରେ “ମୋ ସ୍କୁଲ ଅଭିଯାନ “ର ତୃତୀୟ ବୈଠକ 

0
217

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୧୧/୧୦) : ବୌଦ୍ଧ ବ୍ଲକ ତାଲସରଡା ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତ ହାଈସ୍କୁଲ ର ଶିକ୍ଷକ ଏବଂ ପୁରାତନ ଛାତ୍ର ମାନଙ୍କୁ ନେଇ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ମେହେରଙ୍କ ଅଧକ୍ଷତା ରେ “ମୋ ସ୍କୁଲ ଅଭିଯାନର ତୃତୀୟ ” ବୈଠକ ସୋମବାର ଦୀନ ଅନୁଷ୍ଠିତ ହୋଇଯାଇଛି l

ଏହି ସଂଗ୍ରାମପୁର ପଞ୍ଚାୟତ ହାଈସ୍କୁଲ ରେ “ମୋ ସ୍କୁଲ ଅଭିଯାନ “ର ତୃତୀୟ ବୈଠକ ରେ ଛାତ୍ର ସଂସଦ ର ସଭାପତି ଭାବେ ନିରଞ୍ଜନ ମେହେର ‘ମୋ ସ୍କୁଲ ‘ର ଆଗାମୀ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନା କରି ଯେପରି ସଂଘ ଶୁଦ୍ଧୃଢ ହେବ ତା ଉପରେ ଗୁରୁତ୍ୱ ଦେଇଥିଲେ l ପାର୍ବଣ ଋତୁ ରେ କୋଭିଡ ସଂକ୍ରମଣ ଉପରେ ସଚେତନ କରିବାକୁ ଆହ୍ୱାନ କରାଯାଇଅଛି l ଆଜି ର ବୈଠକରେ ପ୍ରାୟ ୧୩ ହଜାର ୫୦୦ ଟଙ୍କା ର ପାଣ୍ଠି ସଂଗ୍ରହ ହୋଇଥିଲା l ଏକ ପବ୍ଲିକ ଲାଇବ୍ରେରୀ ସ୍ଥାପନ ପାଇଁ ସଭାରେ ମତ ପ୍ରକାଶ କରାଯାଇଛି l

ଏହାର ପରବର୍ତ୍ତୀ ବୈଠକ ଆସନ୍ତା ୨୬ ତାରିଖ ମଙ୍ଗଳବାର ଦିନ ୨ ଟାରେ ରେ ହେବାକୁ ଯୋଜନା କରାଯାଇଛି l ଶେଷରେ ଯୁବ କ୍ରୀଡ଼ାବିତ ତାପସ ଭୁକ୍ତା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା l