Friday, October 22, 2021
HomeBreaking Newsଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୧/୧୦) : ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ସଭାପତି ରାଧାକାନ୍ତ ପାଢ଼ୀ ଙ୍କ ନେତୃତ୍ୱ ରେ ଗୋଟିଏ ପ୍ରତିନିଧି ମଣ୍ଡଳ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଭେଟି ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ପତ୍ର ପ୍ରଦାନ କରି ଥିଲା ।

ଯେଉଁଥିରେ ମୁଖ୍ୟ ଦାବି ଥିଲା ଯେ ସି, ଟି ଟ୍ରେନିଂ ସ୍କୁଲ ପାଖରେ ଷ୍ଟେଡିୟମ ପାଇଁ ଏଥଲେଟିକ ସଂଘ ଦ୍ୱାରା ସରକାରଙ୍କୁ ଦିଆ ଯାଇଥିବା ଜମି ରେ ସ୍ମାର୍ଟ ପାର୍କ ତିଆରି ନ କରାଯାଇ ଅନ୍ୟ କୌଣସି ଉପଯୁକ୍ତ ସ୍ଥାନ ରେ ତାହା କରାଯାଉ, ମହାରାଜ ସାଗର ଓ ଦେଓବନ୍ଧ ର ସୌନ୍ଦର୍ଯ୍ୟକରଣ କାମକୁ ତ୍ୱରାନ୍ୱିତ କରାଯାଉ, ସହରରେ ବଢିଯାଇ ଥିବା ଟ୍ରେଫିକ ସମସ୍ୟାର ସମାଧାନ ନିମନ୍ତେ ଦୃଢ଼ ପଦକ୍ଷେପ ନିଆ ଯାଉ, ଥାନା ସାମନା ବିଆରସି ବିଲ୍ଡିଂ ସ୍ଥାନର ଅଧିକ ଉନ୍ନତି ନିମନ୍ତେ ପଦକ୍ଷେପ ନିଆ ଯିବା ଇତ୍ୟାଦି ଟିଟିଲାଗଡ଼ ନାଗରିକ ମଞ୍ଚ ତରଫରୁ ଦାବି କରା ଯାଇଥିଲା ।

ଉକ୍ତ ପ୍ରତିନିଧି ଦଳ ରେ ମଞ୍ଚର ଅନେକ ସକ୍ରିୟ ସଦସ୍ୟ ଓ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ । ଉପଜିଲ୍ଲାପାଳ ସବୁ ସମସ୍ୟାକୁ ଧ୍ୟାନ ଦେଇ ଶୁଣି ଥିଲେ ଓ ଆଶ୍ୱାସନା ଦେଇ ଥିଲେ ଯେ ସେ ସବୁ ସମସ୍ୟା ଉପରେ ତର୍ଜମା କରି ଶୀଘ୍ର ପଦକ୍ଷେପ ନେବେ ବୋଲି ।

ଏହି ସମସ୍ୟା ଜର୍ଜରିତ ଯଥା ଇଲେକ୍ଟ୍ରିକାଲ ଡିଭିଜନ ପାଇଁ ତୁରନ୍ତ ଗ୍ରୀଡ଼ ସଵଷ୍ଟେସନ ନିର୍ମାଣ, ଟ୍ରାଫିକ, ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ଆଲୋଚନା ହୋଇଥିଲା । ଏପରି କି ବିଧାୟକ ତଥା ମନ୍ତ୍ରୀ ଟୁକୁନି ସାହୁ ଓ ପଶ୍ଚିମ ଓଡିଶା ଉନ୍ନତି ବିଭାଗ ଦାଇତ୍ଵରେ ଥିବା ଅସିତ ତ୍ରିପାଠୀ ଉଭୟ ଉକ୍ତ ସମସ୍ୟା ଗୁଡିକ ପାଇଁ ଅନୁଦାନ ପ୍ରଦାନ କରିବା ସହ ଦୀର୍ଘ ଦିନ ଧରି ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ପ୍ରଦାନ କରାଯାଉ ବୋଲି ନାଗରିକ କମିଟି ତରଫରୁ ଦାବିପତ୍ର ପ୍ରେରଣ କରିଥିବା ଜଣାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments