ମହିଳାଙ୍କ ଶୋଚନୀୟ ମୃତ୍ୟୁ : କାରଣ ଅସ୍ପଷ୍ଟ ନେଇ ପୋଲିସ ତଦନ୍ତ ଆରମ୍ଭ

0
184

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୧୧/୧୦) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବାଙ୍କେଲ ଗ୍ରାମ ର ପିନାକୀ କୁମାରୀ ନାଗ(ବ-୩୫) ହଠାତ ଦିନ ଦୁଇଟାରେ ଗୁରୁତର ହୋଇ ପଡିଥିବା ଯୋଗୁଁ ସ୍ଵାମୀ ହେମାଲ ନାଗ ଓ ପରିବାର ଲୋକେ ଏକ ଅଟୋ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ଚିକିତ୍ସାଳୟ ରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି |

ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ କାରଣ ଅସ୍ପଷ୍ଟ ରହିଛି, ତେବେ ସୂଚନାନୁଯାୟୀ ତାଙ୍କର ସିକଲିଂ ବା ରକ୍ତହୀନତା ରୋଗ ରେ ଅକ୍ରାନ୍ତ ଥିବା ତାଙ୍କ ପରିବାର ଲୋକ କହୁଥିବା ବେଳେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ନେଇ ଟିଟିଲାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।