ଅବକାରୀ ବିଭାଗର ଜୋରଦାର ଧରପଗଡ : ୩୬ ମାମଲାରେ ୨୫ ଅଭିଯୁକ୍ତ ଗିରଫ

0
182

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,ତା.(୧୧/୧୦) : ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀମତି ନେନା ବେଉରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପାର୍ବଣ ଋତୁ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଜୋରଦାର ଧରପଗଡ କରାଯାଇଛି ।

ଗତ ଅକ୍ଟୋବର ୬ ତାରିଖ ଠାରୁ ଆଜି ୧୧ ତାରିଖ ପର୍ଯ୍ୟନ୍ତ ଛଅ ଦିନ ମଧ୍ୟରେ ରାୟଗଡ ଜିଲ୍ଲାରେ ଅବକାରୀ ବିଭାଗର ଜୋରଦାର ଧରପଗଡ ମାଧ୍ୟମରେ ୩୬ ଗୋଟି ମାମଲା ରୁଜ୍ଜୁ କରାଯାଇ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଧରପଗଡରେ ୧୩,୦୮୦ଲିଟର ମହୁଲ ପୋଚ,୧,୮୮୨ଲିଟର ଚୋରା ଦେଶୀ ରନ୍ଧା ମଦ,୫୭,୨୪୦ ଲିଟର ବିଦେଶୀ ମଦ ଏବଂ ୧୭୨.୪୫୦ ଲିଟର ବିଅର ଜବତ କାରାଯାଇଛି । ଉକ୍ତ ସମସ୍ତ ଜବତ ଜିନିଷର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ତଦୁର୍ଦ୍ଧ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉ କି,ଏହି ଧରପଗଡରେ ରାୟଗଡ ଅବକାରୀ ନିରୀକ୍ଷକ,ଉପନିରୀକ୍ଷକ ରାୟଗଡା,ଗୁଣପୁର,ଗୁଡାରୀ,ବିଷମକଟକଙ୍କ ସମେତ ଏପିଆର ଫୋର୍ସ ଏବଂ ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ସାମିଲ ଥିଲେ । ଆଗାମୀ ଦଶହରା ପର୍ବ ନିମନ୍ତେ ଆଗାମୀ ଦିନରେ ଅବକାରୀ ଚଢାଉ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀମତି ନେନା ବେଉରା ପ୍ରକାଶ କରିଛନ୍ତି ।