ଆସନ୍ତା ଶିକ୍ଷାବର୍ଷରୁ NEPରେ ହେବ ପାଠପଢ଼ା 

0
26
ଆସନ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୭/୦୧) : ଆସନ୍ତା ଶିକ୍ଷାବର୍ଷରୁ ଏନଇପିରେ ହେବ ପାଠପଢା । ବାଲବାଟିକାରୁ ଆରମ୍ଭ ଏନଇପି

ତା ସହିତ ଜାନୁଆରୀ ୨୧, ୨୨, ୨୩ ତାରିଖରେ ଏନେଇ ୱାର୍କସପ ଅନୁଷ୍ଠିତ ହେବ । ନୂଆ ଶିକ୍ଷାନୀତି ଓଡ଼ିଶାରେ ଲାଗୁ ହେଲେ, ଓଡିଶାର ସ୍କୁଲ ପାଠ ପଢାରେ ବୈପ୍ଲବିକ ପରିବର୍ତ୍ତନ ହେବ । ତେବେ ଗଣଶିକ୍ଷା ବିଭାଗରେ ଲାଗୁ ହୋଇଛି ଜାତୀୟ ଶିକ୍ଷା ନୀତି-୨୦୨୦। ଉଚ୍ଚ ଶିକ୍ଷା ପରେ ଏବେ ଗଣଶିକ୍ଷା ବିଭାଗରେ ଏନଇପି ଲାଗୁ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଶିକ୍ଷା ବିଭାଗକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ହୋଇଛି। ୧୦,+୨ ଢାଞ୍ଚାରେ ପରିବର୍ତ୍ତନ କରାଯାଇ, ୫,+୩,+୩,+୪ ଢାଞ୍ଚାରେ ପାଠ ପଢିବା ଉପରେ ଗୁରୁତ୍ବ ଦିଆଯାଇଛି । ଏହି ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ପିଲା ସ୍କୁଲ ଯିବେ। ୩ ବର୍ଷରୁ ଅଙ୍ଗନୱାଡି ଯାଇ ପାଠ ପଢିବେ । ୩ରୁ ୬ ବର୍ଷ ପିଲା ଅଙ୍ଗନୱାଡି, ପ୍ରି-ସ୍କୁଲ, ବାଳବାଟିକା ପଢିବେ।

୬ରୁ ୮ ବର୍ଷ ପ୍ରଥମ, ଦ୍ବିତୀୟ ଶ୍ରେଣୀରେ ପଢିବେ। ଏହାପରେ ତୃତୀୟରୁ ପଞ୍ଚମ ୩ ବର୍ଷ ପ୍ରିପେୟାରେଟୋରୀ ପାଠପଢା । ଷଷ୍ଠରୁ ଅଷ୍ଟମ, ତିନି ବର୍ଷ ମିଡିଲ୍ ସ୍କୁଲ ପାଠ ପଢା । ପରେ ନବମରୁ ଦ୍ବାଦଶ ସେକେଣ୍ଡାରୀ ଶ୍ରେଣୀରେ ପାଠ ପଢିବେ । ଜାତୀୟ ଶିକ୍ଷା ନୀତି ଅନୁସାରେ ୧୮ ବର୍ଷରେ ଦ୍ବାଦଶ ପାସ୍ କରିବେ ଛାତ୍ରଛାତ୍ରୀ । ସେହିପରି ଆଞ୍ଚଳିକ ଭାଷାରେ ପାଠ ପଢାଇବାକୁ ଗୁରୁତ୍ବ ଦିଆଯିବ । ଉପଯୁକ୍ତ ତାଲିମ ପ୍ରାପ୍ତ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି ।