ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୬/୧) : ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦନକାନନ ହାଇସ୍କୁଲ ପରିସରରେ ଆଜି ମୁଖ୍ୟ ଅତିଥି ଶୁଶାନ୍ତ କୁମାର ରାଉତ ସ୍ଥାନୀୟ ବିଧାୟକଙ୍କ କରକମଳରେ ଜେ ଆର ସି ପତାକା ଉତ୍ତୋଳନ ତଥା ପ୍ରଦୀପ ପ୍ରଜ୍ଜଳିତ କରି ଆୟୋଜିତ ହେବାକୁ ଥିବା ତିନି ଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦଘାଟିତ କରିଥିଲେ ।
୩୩ତମ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ -୨୦୨୪-୨୫ ଉଦଘାଟିତ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଡ଼ଃ ଚିଦାମିକା ଖଟୁଆ, ସିଇଓ, ଶ୍ରୁଶ୍ରୁତ ହସ୍ପିଟାଲ, ସମ୍ମାନୀତ ଅତିଥି ଭାବେ ସ୍ନିଗ୍ଧା ମିଶ୍ର, ଏ.ଡିଇ.ଓ, ପ୍ରଫେସର ସାଦିକ୍, ଦୁବାଇ, ଖୁଲଣା ମାଝି, ସ୍ଥାନୀୟ ରଘୁନାଥ ପୁର ସରପଞ୍ଚ, ଡ଼ଃ ନିରଞ୍ଜନ ମହାନ୍ତି, ଉପସଭାପତି, ଜେ,ଆର,ଓ, ଖୋର୍ଦ୍ଧା, ପାର୍ବତୀ ପଣ୍ଡା,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଭାସ୍କର ଲେଙ୍କା, ବରିଷ୍ଠ ବିଇଓ ତଥା ସାଂଗଠନିକ ସଂପାଦକ ଭାବେ ଯୋଗ ଦେଇଥିଲେ ।
ବିଦ୍ୟାଳୟର ପରିଚାଳନା କମିଟି ସଭାପତି ବିଶିକେଶନ ଓ ମୋ ସ୍କୁଲର ସଭାପତି ସୁରେଶ କୁମାର କାର୍ଯ୍ୟକ୍ରମ ରେ ଅଦ୍ଯତମ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ପରେ ସାଙ୍ଗଠନିକ ସଂପାଦକ ବିବରଣୀ ପାଠ କରି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ । ଏହି ସଭାରେ ଅତିଥିବୃନ୍ଦ ଙ୍କୁ ଉପଢ଼ୌକନ, ବୃକ୍ଷ, ଜେ.ଆର.ସି କ୍ଯାପ ଓ ବ୍ଯାଚ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଶିବିର ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ଜିଲ୍ଲାର ୧୦ଟି ବ୍ଲକ ଓ ୧ଟି ବି ଏମ୍ ସି ଅଞ୍ଚଳକୁ ନେଇ ମୋଟ ପ୍ରାୟ ୧୪୮ ବିଦ୍ୟାଳୟ ରୁ ୫୧୦ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା, ପ୍ରଦର୍ଶନୀ, ରଙ୍ଗୋଲୀ ଓ ଅଞ୍ଚଳ ପରିଭ୍ରମଣ କାର୍ଯ୍ୟକ୍ରମ ରହିଛି । ଉଦଘାଟନୀ ଶେଷରେ ତୋଫାନ କୁମାର ରାଉତରାୟ, ଜୁନିଅର ରେଡ଼କ୍ରସ ଅଫିସର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ମୂରଲୀ ସାର୍ ଓ ଅମରେନ୍ଦ୍ର ସାର୍ ସଂଯୋଜନା ଓ ପରିଚାଳନା କରିଥିଲେ ।