୨୦ ତମ ପାତାଳୀ ମହୋତ୍ସବ ନେଇ ପ୍ରଶାସନିକ ସମନ୍ଵୟ କମିଟି ବୈଠକ

0
20
୨୦

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୧) : ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ଲିଲାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ।WhatsApp Image 2025 01 17 at 12.15.27 ୨୦ ତମ ପାତାଳୀ ମହୋତ୍ସବ ନେଇ ପ୍ରଶାସନିକ ସମନ୍ଵୟ କମିଟି ବୈଠକ

ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି କ୍ଷେତ୍ରରେ ଚଳିତ ବର୍ଷ ଜାନୁୟାରୀ ୩୦ ରୁ ଫେବୃୟାରୀ ୦୬ ପର୍ଯ୍ୟନ୍ତ ପାଳିତ ହେବ ୨୦ ତମ ପାତାଳୀ ମହୋତ୍ସବ ପାଳନ ହେବ । ଏନେଇ ଆଜି ପ୍ରଶାସନିକ ସମନ୍ଵୟ କମିଟିର ବୈଠକ ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଟିତ ହୋଇଯାଇଛି l ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ବୈଠକରେ ପାତାଳୀ ଶ୍ରୀକ୍ଷେତ୍ର କମିଟିର ସମ୍ପାଦକ ଉତ୍ତର ପାତ୍ର ପୂର୍ବ ବର୍ଷର ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ l

ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ଵିନୀ ମେହେର ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ମତବ୍ୟକ୍ତ କରିଥିଲେ। ଚଳିତ ବର୍ଷ ପାତାଳୀ ମହୋତ୍ସବ କୁ ଆକର୍ଷଣୀୟ କରିବା ସହିତ ଲୋକାଭିମୁଖୀ କରିବା ନେଇ ଜିଲ୍ଲା ତଥା ରାଜ୍ୟ ସ୍ତରରେ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଥିଲା l ୨୦ ତମ ପାତାଳୀ ମହୋତ୍ସବ ର ପ୍ରଥମ ପ୍ରସ୍ତୁତି ତଥା ସମନ୍ୱୟ ବୈଠକ ରେ ମହୋତ୍ସବ କୁ ଯେପରି ସବୁବର୍ଗଙ୍କୁ ସାମିଲ କରାଯାଇ ଆକର୍ଷଣୀୟ, ସରସ ସୁନ୍ଦର ତଥା ସୁ ବ୍ୟବସ୍ଥିତ ଭାବେ ଅନୁଷ୍ଠିତ କରାଯାଇପାରିବ ସେଥିପ୍ରତି ବିଭିନ୍ନ ବିଭାଗ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ମାନ୍ୟବର ବିଧାୟକ ।

ଏହି ପରିପ୍ରେକ୍ଷୀରେ ମହୋତ୍ସବ କୁ ସୁପରିଚାଳନା ସହ ବ୍ୟବସ୍ଥିତ କରିବାକୁ ପୂର୍ଣ୍ଣାଙ୍ଗ ମହୋତ୍ସବ କମିଟି ସହ ସବ କମିଟି ଗଠନ, ମହୋତ୍ସବ ସମୟ ରେ ପରିବେଶ କୁ ସଫା ରଖିବା, ମହିଳା ପୁରୁଷ ଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ନିର୍ମାଣ, କଳାକାର ଙ୍କ ରହିବା ପାଇଁ ସୂ ବ୍ୟବସ୍ଥା ମହୋତ୍ସବ ସମୟରେ ଆବଶ୍ୟକ ଆଲୋକୀକରଣ, ସ୍ୱତନ୍ତ୍ର ଖାଦ୍ୟ ଜୋନ ପ୍ରସ୍ତୁତି, ଶାନ୍ତି ଶୃଙ୍ଖଳା ତଥା ଟ୍ରାଫିକ ନିୟନ୍ତ୍ରଣ, କ୍ଷେତ୍ର ପରିସର କୁ ମହୋତ୍ସବ ପୂର୍ବରୁ ସମ୍ପୂର୍ଣ୍ଣ ସଫା ସୁତରା, ଭକ୍ତ ତଥା ଜନସାଧାରଣଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପ୍ରଭୁତି ବିଷୟ ଉପରେ କମିଟି ସଦସ୍ୟ ତଥା ଉପସ୍ଥିତ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ବିଧାୟକ ଇଂ ଜଗଦଲା। ବୈଠକରେ ସଂସ୍କୃତି ଅଧିକାରୀ ଯମୁନା ପଧାନ, ଡି.ଆଇ.ପି.ଆର.ଓ ଅଶ୍ୱିନୀ କୁମାର ଭୋଇ , ନିର୍ବାହୀ ଯନ୍ତ୍ରୀ ଟି ପି ଡବ୍ଲୁ ଓ ଡି ଏଲ ଇଂ ଅଶୋକ କୁମାର ମିଶ୍ର, ଉଲୁଣ୍ଡା ବିଡିଓ କରିସ୍ମା ବେସ୍ରା, ବୀରମହାରାଜପୁର ବିଡିଓ ପ୍ରିୟଦର୍ଶିନୀ ମିର୍ଦ୍ଧା ତଥା ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ, ପାତାଳି ଟ୍ରଷ୍ଟର ସଦସ୍ୟ ସଦସ୍ୟା, ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଭାଗ ନେଇଥିଲେ ।

ଚଳିତ ବର୍ଷ ମହୋତ୍ସବକୁ ବେଶ୍ ଧୁମ୍ ଧାମରେ ପାଳନ କରାଯିବା ସହ ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱାରୋପ କରି ମହୋତ୍ସବ କୁ ସଫଳ କରିବାକୁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ବିଧାୟକ । କିମ୍ବଦନ୍ତୀ ଅନୁସାରେ ଏହି କ୍ଷେତ୍ରରେ ଦୀର୍ଘ ୧୪୪ ବର୍ଷ ଧରି ତିନି ଠାକୁରଙ୍କୁ ବିଭିନ୍ନ ପର୍ଯ୍ୟାୟରେ ପାତାଳୀ କରି ରଖାଯାଇଥିଲା ।