ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ପରାମର୍ଶ ଶିବିର ; ୨୫୪ ଜଣ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଲେ ତାଲିମ ପ୍ରଦାନକାରୀ ସଂସ୍ଥା

0
25
ଡୁଙ୍ଗୁରିପାଲି

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୧) : ସୁବର୍ଣ୍ଣପୁର ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟ ର ମିଳିତ ଆନୁକୁଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ପରିସରରେ ଡୁଙ୍ଗୁରିପାଲି ବିଡିଓ ଦିଲ୍ଲୀପ କୁମାର ବାରାଙ୍କ ଅଧ୍ଯକ୍ଷତାରେ ଯୁବକ ଓ ଯୁବତୀ ମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ଡୁଙ୍ଗୁରିପାଲି ବ୍ଲକ ଉପାଧ୍ଯକ୍ଷ ମକରଧ୍ବଜ ସାହୁ, ମୁଖ୍ୟ ଅତିଥ୍ ଭାବରେ ଯୋଗଦେଇ ଯୁବକ ଯୁବତୀଙ୍କୁ ଏହାର ଉଚିତ ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଦକ୍ଷତା ବିକାଶ-ତଥା- ନିୟୋଜନ ଅଧିକାରୀ ସଞ୍ଜୁ କୁମାରୀ ସାହୁ ସଭା ପରିଚାଳନା କରିଥିବା ବେଳେ ବି ପି ଏମ ସଞ୍ଜିତ ଷଡଙ୍ଗୀ, ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ସେଫଏଜୁକେଟ ଲର୍ନିଙ୍ଗ ପ୍ରା. ଲିମିଟେଡ଼, ଆଵି ୱେଷ୍ଟ ସର୍ଭିସେସ ଲିମିଟେଡ଼. ବ୍ଲାକ ପାନ୍ଥର, ଏନ ସି ଏ ଟି ସ୍କିଲ ଇଣ୍ଡିଆ , ଏସ ଆଇ ଏଚ ଏମ ବଲାଙ୍ଗୀର , ଏସ ବି ଆର ଏସ ଇ ଟି ଆଇ, ସରକାରୀ ଆଇ ଟି ଆଇ ଏବଂ ସରକାରୀ ପୋଲିଟେକନିକ ସୁବର୍ଣ୍ଣପୁର, ସାହି ଏକ୍ସପୋର୍ଟ ପ୍ରା. ଲିମିଟେଡ଼, ଇଣ୍ଡିଆନ ଏୟାର ଫୋର୍ସ, ଗୋକଲ ଦାସ ଏକ୍ସପୋର୍ଟ ଲିମିଟେଡ଼ ପ୍ରଭୁତି ବିଭିନ୍ନ ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗଦାନ କରି ଶିବିରରେ ଯୁବକ ଯୁବତୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।ଏହି ଶିବିରରେ ଡୁଙ୍ଗୁରିପାଲି ବ୍ଲକ ଅଂଚଳର ୨୫୪ ଜଣ ଯୁବକ ଓ ଯୁବତୀ ଅଂଶଗ୍ରହଣ କରି ଉପସ୍ଥିତ ତାଲିମ ପ୍ରଦାନକାରୀ ସଂସ୍ଥାଙ୍କ ଠାରୁ ଆବଶ୍ୟକ ପରାମର୍ଶ ନେଇଥିଲେ ।