ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୭/୦୧) : ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି ।
ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ଠାରୁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ କହଁରଙ୍କୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ। ଶ୍ରୀ କହଁର ଏଥି ପୂର୍ବରୁ ଏହି ଜିଲ୍ଳାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଭାବେ ପାଖାପାଖି ଏକବର୍ଷ ଚାରି ମାସ ଧରି ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିଲେ । ବର୍ତମାନ ରାୟଗଡା ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଜିଲ୍ଳାର ବିକାଶରେ ଓ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକ ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ଶ୍ରୀ କହଁର ପ୍ରକାଶ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ କହଁର ସୁବର୍ଣ୍ଣପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ବରଗଡ ଜିଲ୍ଲା, କନ୍ଧମାଳ ଜିଲ୍ଲା ଏବଂ ନଵରଙ୍ଗପୁର ଜ଼ିଲ୍ଲାରେ ବିଡ଼ିଓ, ତହସିଲଦାର, ଡିଡ଼ବ୍ଲଓ, ଉପଜିଲ୍ଲାପାଳ ଏବଂ ସିଡିଓ ତଥା ଇଓ, ଜିଲ୍ଲା ପରିଷଦ ଭାବେ ବିଭିନ୍ନ୍ନ ଦାୟିତ୍ୱ ସମ୍ପନ୍ନ କରିଛନ୍ତି l