ଜିଲ୍ଲା ସ୍ତରୀୟ ମାଣ୍ଡିଆ ମଣ୍ଡି ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପାରୁଲ ପଟୱାରିଙ୍କ କରକମଳରେ ଉଦ୍ଘାଟିତ

0
26
ଜିଲ୍ଲା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୭/୦୧) : ୧୭ ଜାନୁୟାରୀ, ୨୦୨୫ ରିଖ, ଶୁକ୍ରବାର, ଜିଲ୍ଲା ସ୍ତରୀୟ ମାଣ୍ଡିଆ ମଣ୍ଡି କଲେକ୍ଟର ରାୟଗଡା ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପାରୁଲ ପଟୱାରିଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି ।WhatsApp Image 2025 01 17 at 21.01.38 ଜିଲ୍ଲା ସ୍ତରୀୟ ମାଣ୍ଡିଆ ମଣ୍ଡି ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପାରୁଲ ପଟୱାରିଙ୍କ କରକମଳରେ ଉଦ୍ଘାଟିତ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରାୟଗଡା, ନୋଡାଲ ଅଫିସର କୃଷି ବିଭାଗ ଭୁବନେଶ୍ବର, ଡି.ଆର୍.ସି.ଏସ୍ ରାୟଗଡ, ଡି.ଏମ୍. ଟିଡିସିସି ରାୟଗଡ, ଏ.ଆର୍.ସି.ଏସ୍ ରାୟଗଡା, ଆର୍.ଏମ୍.ସି. ସଚିବ, ରାୟଗଡ, ଜିଲ୍ଲା ପରିଚାଳକ ଶ୍ରୀ ଅନ୍ନ ଅଭିଯାନ, ଅତିରିକ୍ତ ଜିଲ୍ଲା ସଂଯୋଜକ, ସେକ୍ରେଟେରୀ ଓ.ପି.ଡି.ଏସ୍.ସି., ବ୍ଳକ ସଂଯୋଜକ, LAMPCS, Rayagada, MPCS Rayagada, ଏବଂ CRP ଏବଂ କୃଷକ ପ୍ରମୁଖ ଯୋଗ ଦେଇଥିଲେ ।

ଉଦ୍ଘାଟନୀ ଉତ୍ସବରେ ପାଞ୍ଚ ଜଣ ଚାଷୀଙ୍କ ଠାରୁ ୨୧ କ୍ୱିଣ୍ଟାଲ୍ ମାଣ୍ଡିଆ କ୍ରୟ କରାଯାଇଛି। ଚଳିତ ବର୍ଷ ପାଇଁ ୮୩,୫୦୦ କ୍ୱିଣ୍ଟାଲ୍ ମାଣ୍ଡିଆ କ୍ରୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧,୫୨୭ କୃଷକ ମାଣ୍ଡିଆ କ୍ରୟ ନିମନ୍ତେ ସେମାନଙ୍କର ପଞ୍ଜୀକରଣ କରିଛନ୍ତି । କୃଷକ ପଞ୍ଜୀକରଣ ପାଇଁ ଅନ୍ତିମ ତାରିଖ ହେଉଛି ଜାନୁୟାରୀ ୩୧, ୨୦୨୫ ହୋଇଥିବାବେଳେ ମାଣ୍ଡିଆ କ୍ରୟ ମାର୍ଚ୍ଚ ୩୧, ୨୦୨୫ ପର୍ଯ୍ୟନ୍ତ ଜାରି ରହିବ ।