ଲୋକ ଙ୍କ ଜୀବନ ସହ ଖେଳ ନେଇ ଗୁରୁତର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି

0
157
ଲୋକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୭/୦୧) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଦିଲ୍ଲୀପ କୁମାର ଛତ୍ରୀୟା ନାମକ ସ୍ୱର୍ଗରଥ ଓ ଆମ୍ବୁଲାନ୍ସ ଡ୍ରାଇଭର ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ରହି ଦରମା ପାଇ ଆସୁଥିବା ସତ୍ତ୍ୱେ ପ୍ରାୟ ଛଅ ମାସ ଧରି ବିନା କାମରେ ଦରମା ପାଇ ଆସୁଥିବା ବେଳେ କାର୍ଯ୍ୟ ନ କରି ମଦ, ଜୁଆ ଖେଳି ସମୟ ଗଡ଼େଇ ଲୋକ ଙ୍କ ଜୀବନ ସହ ଖେଳ ଖେଳି ଆସୁ ଥିବା ଭଳି ଗୁରୁତର ହୋଇଛି ।

ଗତ ୧୧ ତାରିଖ ଓ ୧୫ ତାରିଖ ରାତିରେ ମାତାଲ୍ ଅବସ୍ଥାରେ ଡାକ୍ତର କର୍ମଚାରୀ ଙ୍କ ଫୋନ୍ ଯୋଗେ ତଥା ସିନ୍ଧେକେଲା ଥାନା ଅଧକାରୀ ନିଜେ ଫୋନ୍ କରିବା ସତ୍ତ୍ୱେ ଆସି ନ ଥିବା ଅଭିଯୋଗ ହୋଇଛି । ଏ ନେଇ ଶୀତ, କାକର ରେ ଲୋକେ ଏକ ଶବ ବ୍ୟବଚ୍ଛେଦ ପାଇଁ ସେ ନ ଆସିବା ଯୋଗୁଁ ଗ୍ରାମବାସୀ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହୋଇଥିଲେ । ସେହିଭଳି ମାତୃ ଓ ଶିଶୁ ଚିକିତ୍ସାଳୟ ରେ ଉକ୍ତ ଡ୍ରାଇଭର ଙ୍କ ଅବହେଳା ଯୋଗୁଁ ଏକ ଅନୁଦାନ ପ୍ରାପ୍ତ ଗାଡ଼ି ଖତ ଖାଇବା ସାର ହୋଇଛି । ଏଭଳି କାର୍ଯ୍ୟାଳୟ ରେ ଅବହେଳା ନେଇ ଜନସେବା ସି ବି ଓ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି ।