ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

0
180
ମାସିକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୧) : କାଶୀନଗର ଏନ ଏ ସି କ୍ଲଷ୍ଟର ସ୍ତରୀୟ ବୈଠକ ସ୍ଥାନୀୟ ମଜାଲା ସାହି ଉପ୍ରା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ । ପ୍ରତ୍ୟେଜ ମାସ ରେ ତୃତୀୟ ଶନିବାର ରେ ସମସ୍ତ କ୍ଲଷ୍ଟର ରେ ଏହି ବୈଠକ ଅନୁଷ୍ଠିତ ହୁଏ । ସେହିଭଳି ଏନ ଏ ସି କ୍ଲଷ୍ଟର ରେ ବୈଠକ ସ୍ଥାନୀୟ ମଜାଲା ସାହି ଉପ୍ରା ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଜଗଦୀଶ ପାତ୍ର ଙ୍କ ସ୍ୱାଗତ ଭାଷଣ ରେ ଅରମ୍ଭ ହୋଇଥିବା ବୈଠକ ରେ ସି ଆର ସି ମଧୁ କୁମାର ଓ ବାଳିକା ଉପ୍ରା ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଏମ ଶ୍ରୀନୁ ଙ୍କ ଦ୍ୱାରା ଦୀପ ପ୍ରଜ୍ବଳିତ ହୋଇଥିଲା । ବିଚିତ୍ରା ପାଣିଗ୍ରାହୀ ବିଭୁ ସଂଗୀତ ଗାନ କରି ଥିଲେ । ଗତ ବୈଠକରେ ଆଲୋଚନା ହେବା ପରେ ଆଜିର ଆଲୋଚ୍ୟ ବିଷୟ ଉପରେ ମଧୁ ପ୍ରଶିକ୍ଷଣାର୍ଥୀ ଙ୍କୁ ବୁଝାଇଥିଲେ । ମଧ୍ୟାହ୍ନ ଭୋଜନ ବିରତି ପରେ ଡେମୋ ଏଫ ଏଲ ଏନ କ୍ଲାସ ଅନୁଷ୍ଠିତ ହୋଇଥିଲା । ଗଳ୍ପ କାର୍ଡ ଇତ୍ୟାଦି ଉପରେ ଆଲୋଚ୍ଛନା ହୋଇଥିଲା ।