କୋଟିକୋଟି ଟଙ୍କା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ର ପୂର୍ବତନ ଉପଜିଲ୍ଲାପାଳତଥା ଓଏଏସ୍ ପ୍ରଶାନ୍ତ ରାଉତ ଦୋଷୀ ସାବ୍ୟସ୍ତ

0
24
କୋଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୧୯/୦୧) : କ୍ଷମତାର ଅପବ୍ୟବହାର କରି କୋଟିକୋଟି ଟଙ୍କା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନବରଙ୍ଗପୁର ର ପୂର୍ବତନ ଉପଜିଲ୍ଲାପାଳ ତଥା ଓଏଏସ୍ ପ୍ରଶାନ୍ତ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ତାଙ୍କୁ ୪ବର୍ଷ ସଶ୍ରମ ଜେଲ୍ ଓ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତାଙ୍କୁ ଏହି ମାମଲାରେ ଜେଲ୍ ପଠାଇ ଦିଆଯାଇଛି । ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି । ସୂଚନା ଅନୁସାରେ, ୨୦୧୮ ନଭେମ୍ବର ୫ ତାରିଖରେ ସମ୍ବଲପୁର ଭିଜିଲାନ୍ସ ଥାନାର ଏକ ମାମଲାରେ ସୁନ୍ଦରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ଆଜି ଶ୍ରୀ ରାଉତଙ୍କୁ ୪ବର୍ଷ ସଶ୍ରମ ଜେଲ୍ ସହ ୫୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

ଶ୍ରୀ ରାଉତ ବିର୍ସା ବ୍ଲକ ବିଡିଓ ଥିବାବେଳେ ୪ର୍ଥ ରାଜ୍ୟ ଅର୍ଥ କମିଶନ ଓ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ୪ଟି ପ୍ରକଳ୍ପର ଅନୁମୋଦନ ପାଇଁ ୧ଲକ୍ଷ ଟଙ୍କା ଲାଂଚ ଦାବି କରିବା ଘଟଣାରେ ୨୦୧୮ ନଭେମ୍ବର ମାସରେ ଭିଜିଲାନ୍ସ ତାଙ୍କୁ ଲାଂଚ ଟଙ୍କା ସହ ଧରିଥିଲା ଓ ଗିରଫ କରି ଜେଲ୍ ପଠାଇଥିଲା । ଏହି ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି ।