ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୧) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଆୟୋଜିତ ହୋଇଥିବା ୩୬ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକ୍ ଫେଷ୍ଟ୍ ୨୦୨୫ ଆଜି ମହାସମାରୋହ ରେ ଉଦଘାଟନ ହୋଇଛି l
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଯୋଗ ଦେଇ ଏହା କୁ ଉଦଘାଟନ କରି ଲାଲମନି କ୍ରିକେଟ ସୁବର୍ଣ୍ଣପୁର ଜିଲ୍ଲା ର ମର୍ଯ୍ୟାଦା ବଢ଼ାଇଛି l ଏଣୁ ଏହି ଟୁର୍ଣlମେଣ୍ଟ କିଭଳି ଆହୁରି ବ୍ୟାପକ ସ୍ତର ରେ ପ୍ରତିଷ୍ଠା ହେବ, ଖେଳ ଶୃଙ୍ଖଳା ହେବ ଓ ଷ୍ଟାଡିୟମ୍ ର ସୌନ୍ଦର୍ଯ୍ୟ ବଢ଼ିବ ସେ ଦିଗରେ ସମସ୍ତ ସିଟିଜେନ ଯତ୍ନବାନ ହେବାକୁ ମତ ରଖିଥିଲେ l ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ, ସଂପାଦକ ପ୍ରଦୀପ କୁମାର ସେଠୀ, ବରିଷ୍ଠ ସଦସ୍ୟ ବି ସତ୍ୟ ନାରାୟଣ ରାଓ ଯୋଗ ଦେଇ ଥିଲେ l ସମସ୍ତ କ୍ରିକେଟ୍ ଟିମ୍ ର ଫ୍ରାଞ୍ଚାଇଜ୍ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା l
ସଭାପତି ଶ୍ରୀ ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ବି. ସତ୍ୟ ନାରାୟଣ ରାଓ ଧନ୍ୟବାଦ୍ ଅର୍ପଣ କରିଥିଲେ l ପରେ ପରେ ଏହି ଷ୍ଟାଡିୟମ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା l ସଙ୍ଗୀତକାର ବ୍ରହ୍ମା କୁମ୍ଭାର ଟ୍ରୁପ୍ କଳାକାର ଙ୍କ ଦ୍ବାରା ସଂଗୀତ ପରିବେଷଣ କରଯାଇଥିବା ବେଳେ ଗେଷ୍ଟ ଆର୍ଟିଷ୍ଟ୍ ସଜନୀ… କାଣା ହୋଇଗଲା ଗୀତ ର ଫେମସ ସିଙ୍ଗର ଅମର ଦାସ ଙ୍କ ସଂଗୀତ ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା l