ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିରୋଲ ଠାରେ ବାର୍ଷିକ ଉତ୍ସବ ପାଳିତ

0
42
ଉନ୍ନୀତ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୮/୧) : ମୁରିବାହାଲ ବ୍ଲକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସିରୋଲ ଠାରେ ବାର୍ଷିକ ଉତ୍ସବ ଶନିବାର ପାଳିତ ହୋଇଯାଇଛି ।

ପ୍ରଧାନଶିକ୍ଷକ ବିଜୟ କୁମାର ରଣାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଖୋଲାନ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଭାତ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଫଳ ମଣିଷ ହେବା ପାଇଁ କଠିନ ପରିଶ୍ରମ ଓ ଏକାଗ୍ରତା ର ଆବଶ୍ୟକ ବୋଲି ମତ ଦେଇଥିଲେ|ବରିଷ୍ଠ ଶିକ୍ଷକ ଶ୍ୟାମ ସୁନ୍ଦର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଟୁଡେଣ୍ଟ ଅଫ ଦ ଇଅର ପୁରସ୍କାରରେ ଦଶମ ଶ୍ରେଣୀ ଛାତ୍ର ରାକେଶ ନାଗକୁ ସମ୍ଵର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଲିଲୁ ମୋହନ ପଧାନ ସଂଯୋଜନା କରିଥିବା ବେଲେ ମୋତିରାମ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭରତ ଭୂଷଣ ମାଝୀ, ମୋହନ ପ୍ରଧାନୀ, ରୋହିତ ନାଗ, ବିନୋଦ କୁମାର ବାରିକ,ଶୁଭ୍ରାଂଶୁ ତାଣ୍ଡି, ଜଗଦୀଶ ସୁନା, ଆଶିଷ କୁମାର ତ୍ରିପାଠୀ,ସୋମେଶ ବହିଦାର, ଉତ୍ତମ ରଣା,ଆନନ୍ଦିନୀ ଥନାପତି, ଅନୁପ୍ରିୟା ତାଣ୍ଡି, ସରସ୍ବତୀ ହୋତା, ଅର୍ପିତା ପ୍ରିୟଦର୍ଶିନୀ ମିଶ୍ର,ଭୁଜମତି ଶବର, ଝୁନୁରାଣୀ ନନ୍ଦ, ଗାୟତ୍ରୀ ତାଣ୍ଡି, ଶୁଭଶ୍ରୀ ପ୍ରିୟଦର୍ଶିନୀ, କୁସୁମ ନାଏକ, ସୁଶାନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ ।