ଉପଖଣ୍ଡ ସ୍ତରୀୟ ମାଁ ଘଣ୍ଟାଶୁଣି ଲୋକ ଉତ୍ସବ ଅନୁଷ୍ଠିତ

0
49
ଉପଖଣ୍ଡ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୮/୦୧) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ମାଁ ଘଣ୍ଟାସୁଣୀ ଲୋକଉତ୍ସବ ୨୦୨୫ ସ୍ଥାନୀୟ ଟିଟିଲାଗଡ଼ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2025 01 18 at 16.46.12 ଉପଖଣ୍ଡ ସ୍ତରୀୟ ମାଁ ଘଣ୍ଟାଶୁଣି ଲୋକ ଉତ୍ସବ ଅନୁଷ୍ଠିତ

ଏହି ଉପଖଣ୍ଡ ସ୍ତରୀୟ ମାଁ ଘଣ୍ଟାସୁଣୀ ଲୋକ ଉତ୍ସବ ପାଞ୍ଚ ଗୋଟି ବ୍ଳକ କୁ ନେଇ ଅୟୋଜିତ କରାଯାଇଥିବା ବେଳେ ବ୍ଲକ ସ୍ତରୀୟ ସବୁ ଶ୍ରେଣୀୟ କଳାକାର ମାନେ ମନୋନିତ ହୋଇ ଅଂଶ ଗ୍ରହଣ କରିଥିଲେ । ସେହି କଳାକାର ମାନେ ଉପଖଣ୍ଡ ସ୍ତରୀୟ ମାଁ ଘଣ୍ଟାସୁଣୀ ଲୋକଉତ୍ସବ ରେ ତାଙ୍କର କଳା ପ୍ରଦର୍ଶନ କରିଥିଲେ। ଲୋକଗୀତ, ନୃତ୍ୟ, ଆଦିବାସୀ ବାଦ୍ୟ, ଆଦିବାସୀ ନୃତ୍ୟ,ନାଟକ, ଘୁମୁରା, ଖଞ୍ଜଣି ଓ ଅନ୍ୟାନ୍ୟ ବିଭିନ୍ନ କଳା ପ୍ରଦର୍ଶନ କରାଯାଇଥିଲା। ଏଥିରେ ଯେଉଁ କଳାକାର ମାନେ ପ୍ରଥମ , ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହି କଳାକାର ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ଥିଲା । ଉପଖଣ୍ଡ ସ୍ତରୀୟ ଲୋକଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଥିବା କଳାକାରମାନେ ଜିଲ୍ଲା ସ୍ତରୀୟ ଲୋକଉତ୍ସବରେ ରେ ଭାଗନେଇ ପାରିବେ।

ଏହି ଉପଖଣ୍ଡ ସ୍ତରୀୟ ମାଁ ଘଣ୍ଟାସୁଣୀ ଲୋକଉତ୍ସବ ରେ ମୁଖ୍ୟ ଅତିଥି ଶ୍ରୀ ଲକ୍ଷ୍ମଣ ବାଗ (କଣ୍ଟାବାଞ୍ଜି ବିଧାୟକ ) ସମ୍ମାନୀତ ଅତିଥି ଶ୍ରୀ ନବୀନ କୁମାର ଜୈନ (ଟିଟିଲାଗଡ ବିଧାୟକ) , ମୁଖ୍ୟ ବକ୍ତା ଶ୍ରୀ ଶିବ ପ୍ରସାଦ ବେହେରା( ପୂର୍ବତନ ପ୍ରଫେସର D.A.V. କଲେଜ୍ ଟିଟିଲାଗଡ଼ ) ଓ (ଆୟୋଜକ ) ଶ୍ରୀ ରେହାନ ଖତ୍ରି (ଉପଜିଲ୍ଲାପାଳ ଚିଟିଲାଗଡ )ଶ୍ରୀ ସନଦୀପ କୁମାର ଚନ୍ଦ୍ରକାର (ନିର୍ବାହି ଅଧିକାରୀ ଟିଟିଲାଗଡ଼ )ଶ୍ରୀ ରାଜେନ୍ଦ୍ର ମାଝୀ ( ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ) ଶ୍ରୀ ଚନ୍ଦ୍ରମଣୀ ନାଗ (ବି.ଡ଼ି.ଓ) ଅତିଥି ବୃନ୍ଦ ଶ୍ରୀ ମମତା ଦେବୀ ଜୈନ (ପୌରପରିଷଦ ଅଧ୍ୟକ୍ଷା ), ଶ୍ରୀ ମତୀ ସଂଯୁକ୍ତା ନାଏକ, ( ବ୍ଳକ ଅଧ୍ୟକ୍ଷା ), ଶ୍ରୀ ମତୀ ଗୀତା ବିଷି ( ଜିଲ୍ଲାପରିଷଦ ଜୋନ ନଂ-୭ ) , ଶ୍ରୀ ସଂଜୟ ବେହେରା ( ଜିଲ୍ଲାପରିଷଦ ଜୋନ ନଂ-୮ ), ମଞ୍ଚାଷିନ ଥିଲେ ।

ମଞ୍ଚ ପରିଚାଳନା କରିଥିଲେ କବି ଶ୍ରୀ ଟିକେଲାଲ ବେହେରା ଓ ଶ୍ରୀ ଶୁନିଲ କୁମାର ପୋଡ଼ । ସମସ୍ତ କଳାକାର ଙ୍କୁ ନିରୀକ୍ଷଣ କରିବା ପାଇଁ ବିଚାରକ ଭାବେ ନିୟୋଜିତ ଥିଲେ ଶ୍ରୀ ନିରାକାର ସାହୁ (ଲୋକଗୀତ) ଶ୍ରୀ ଗଗନ୍ ବାଗ୍ ( ବାଦ୍ୟ ଯନ୍ତ୍ର) ଶ୍ରୀ ସାନ୍ତନୁ ବେହେରା (ନୃତ୍ୟ ) ଶ୍ରୀ ନିଳମଣୀ ସାହୁ (ନାଟକ) ଏବଂ ବିଭିନ୍ନ ବ୍ଳକରୁ ସରକାରୀ ପଦ, ପଦବୀ ରେ ଥିବା ଅଧିକାରୀ ମାନେ ଓ ସରପଞ୍ଚ , ସଭ୍ୟ,ସଭ୍ୟା, ଓ ଜନସାଧାରଣ ଉପସ୍ଥିତ ଥିଲେ l