ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୧୯/୦୧) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ କୁକୁଡାଧର ଘାଟିରେ ଓଲଟିଲା କ୍ରେନ୍। ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁବରଣ କରିଥିବାବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି ।
ମୃତକ ଅନୁଗୁଳ ଜିଲ୍ଲା ବଡକେର ଅଞ୍ଚଳର ମିଥୁନ ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ ଡ୍ରାଇଭର ମିଥୁନ ବେହେରା ଏବଂ ହେଲପର ଟୁଟୁ ସାହୁ ଏକ କ୍ରେନ୍ ରେ ବସି କୁକୁଡାଧର ଘାଟି ଦେଇ ଯାଉଥିବାବେଳେ ଗାଡିଟି ଓଲଟି ପଡିଥିଲା । ଫଳରେ ଦୁର୍ଘଟଣାରେ ମିଥୁନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ହେଲପର ଟୁଟୁ ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।