ବିଦ୍ଯୁତ ତାର ସ୍ପର୍ଶରେ ଆସି ଚାଲିଗଲା ଚାଷୀର ଜୀବନ, ଜଣେ ଗିରଫ

0
24
ବିଦ୍ଯୁତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୯/୦୧) : ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ ଶୀତଳପୁର ଗାଁ’ର କାହ୍ନୁ ଚରଣ ପରିଡା ଓ ତାଙ୍କ ପୁଅ ଭଜମନ ପରିଡା ଖଳାରେ ରଖିଥିବା ଧାନଗଦାର ଚାରିପଟେ ବିଦ୍ଯୁତ୍ ତା’ର ବିଛାଇଥିଲେ ।

ହେଲେ ବିଛା ଯାଇଥିବା ବିଦ୍ଯୁତ ତାର ସ୍ପର୍ଶରେ ଆସି ଗାଁ’ର ରମେଶ ମାଝି(୪୮)ଙ୍କ ଗୁରୁତର ହୋଇ ତଳେ ପଡିଯାଇଥିଲେ।ରମେଶକୁ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ନିଆଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ଯୁ ଘଟିଥିଲା । ଏପରି ଘଟଣାକୁ ନେଇ ରମେଶଙ୍କ ପରିବାର ପକ୍ଷରୁ ଆରଡି ଫାଣ୍ଡିରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ମିଳିବ ପରେ କାହ୍ନୁ ପରିଡାକୁ ପୁଲିସ ଗିରଫ କରି ମାମଲା ରୁଜ୍ଜୁ କରିଛି । ଅନ୍ଯପଟେ ରମେଶର ମୃତଦେହ ବ୍ଯବଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି ।