Friday, October 22, 2021
Homeଜିଲ୍ଲା ଖବରଆଜି ଜଗତଜନନୀ ମାଁ ଦୁର୍ଗାଙ୍କ ମହାସପ୍ତମୀ ପୂଜା : ମାଁ'ଙ୍କୁ ଦିଆଯିବ ଚକ୍ଷୁ ଦାନ

ଆଜି ଜଗତଜନନୀ ମାଁ ଦୁର୍ଗାଙ୍କ ମହାସପ୍ତମୀ ପୂଜା : ମାଁ’ଙ୍କୁ ଦିଆଯିବ ଚକ୍ଷୁ ଦାନ

ରିପୋର୍ଟ : ସୁଭାସିସ ନାୟକ
କଟକ,(୧୨/୧୦) : ଗତକାଲି ଷଷ୍ଠୀରେ ମାଁ’ଙ୍କୁ ବିଲ୍ୱବରଣ କରାଯାଇ ପାଛୋଟି ଅଣାଯାଇଥିଲା । ଆଜି ଜଗତଜନନୀ ମାଁ ଦୁର୍ଗାଙ୍କ ମହାସପ୍ତମୀ ପୂଜା । ଆଜି ମାଁ’ଙ୍କୁ ଦିଆଯିବ ଚକ୍ଷୁ ଦାନ ।

ଆଜି ଜଗତଜନନୀ ମାଁ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଥିବାରୁ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବେଦମନ୍ତ୍ର ପାଠରେ କମ୍ପିବ ପୂଜାମଣ୍ଡପ ହେଲେ କରୋନା କଟକଣା ଯୋଗୁଁ ଏଥର ଶ୍ରଦ୍ଧାଳୁ ମାଁ’ଙ୍କ ଦର୍ଶନ କରିପାରିବେ ନାହିଁ । ସେପଟେ ଦେବୀ ପୀଠଗୁଡିକରେ ଆଜି ମାଁ’ଙ୍କ ଅଷ୍ଟମୀ ପୂଜା ହେଉଛି । ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି ।

ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍‌ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି । ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ମଣ୍ଡପ ପାର୍ଶ୍ୱ ଗୁଡିକ ଆବଦ୍ଧ କରିଦିଆଯାଇଛି l ଯାହାଦ୍ୱାରା ଭକ୍ତ ମାନେ ଦୂରରୁ ପରିଦର୍ଶନ କରିପାରିବେ l

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments