Friday, March 29, 2024

Top 5 This Week

Related Posts

ସାମ୍ବାଦିକ ପରେ ରାଜଧାନୀରୁ ପୋଲିସ କର୍ମଚାରୀଙ୍କ ପୁଅ ନିଖୋଜ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୨/୧୦) : ସାମ୍ବାଦିକ ପରେ ରାଜଧାନୀରୁ ପୋଲିସ କର୍ମଚାରୀଙ୍କ ପୁଅ ନିଖୋଜ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଏବେ ରାଜଧାନୀରୁ ଜଣେ ପୁଲିସ କର୍ମଚାରୀଙ୍କ ପୁଅ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ନିଖୋଜ ଯୁବକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ସାମ୍ବାଦିକ ପରେ ରାଜଧାନୀରୁ ପୋଲିସ କର୍ମଚାରୀଙ୍କ ପୁଅ ନିଖୋଜ | କମିଶନରେଟ ପୋଲିସ ରେ କାର୍ଯ୍ୟରତ କନଷ୍ଟେବଳ ପ୍ରଫୁଲ ଜେନାଙ୍କ ସାନପୁଅ ରାଜଧାନୀରୁ ନିଖୋଜ ହୋଇଯାଇଛନ୍ତି । ଗତ ୮ ତାରିଖ ଦିନ ତାଙ୍କ ସାନପୁଅ ଜିତେନ୍ଦ୍ର ଜେନା କେନ୍ଦ୍ରାପଡା ସ୍ଥିତ ଘରୁ ଭୁବନେଶ୍ୱର ଆସିଥିଲେ । ନୟାପଲ୍ଲୀ ଆଇଆରସି ଭିଜେଲରେ ରହୁଥିବା ବଡଭାଇ ମନୋରଞ୍ଜନଙ୍କ ପାଖକୁ ଆସିଥିଲେ । ସେଠାରୁ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ଏକ ଘରୋଇ କଲେଜକୁ ପରୀକ୍ଷା ସମ୍ପର୍କରେ ବୁଝାସୁଝା କରିବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ତାଙ୍କ ମୋବାଇଲ ସୁଇଚ ଅଫ ରହିଛି । ଘରକୁ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ।

ତାଙ୍କୁ ନପାଇବାରୁ ଏ ନେଇ ପରିବାର ଲୋକେ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ତାର କୌଣସି ଖୋଜଖବର ମିଳିପାରିନାହିଁ । ପୋଲିସ ତାଙ୍କ ମୋବାଇଲ ଲୋକେସନକୁ ଆଧାର କରି ତଦନ୍ତ ଚଳାଇଥିଲେ, ତାହା ବେଶ ମନ୍ଥର ଗତିରେ ଚାଲିଛି । ଫଳରେ ନିଖୋଜ ଯୁବକ ସମ୍ପର୍କରେ ତଥ୍ୟ ମିଳିପାରୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେଣୁ ପୋଲିସ ଘଟଣାର ଗମ୍ଭୀରତାର ସହ ନେଇ ତଦନ୍ତ କରିବାକୁ ଦାବି ହେଉଛି ।

Popular Articles