ଶକ୍ତି ସଙ୍କଟ ଉତ୍କଟ, ଘନ ଘନ ହେଉଛି ବିଜୁଳି କାଟ : ଆଗକୁ ସ୍ଥିତି ଆହୁରି ବିଗିଡ଼ିବ

0
198

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୧୩/୧୦) : ଦେଶରେ ଦିନକୁ ଦିନ ଶକ୍ତି ସଙ୍କଟ ଉତ୍କଟ ହେବାରେ ଲାଗିଛି । ଉତ୍ତରପ୍ରଦେଶ, ରାଜସ୍ଥାନ ପରେ କେରଳ ଏବେ ଶକ୍ତି ସଙ୍କଟର ସାମନା କରିଛି । ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ରାଜସ୍ଥାନର ସହରାଞ୍ଚଳରେ ୨ ଘଣ୍ଟା ଓ ଗ୍ରାମାଞ୍ଚଳରେ ୪ ଘଣ୍ଟା ପାଇଁ ବିଜୁଳି କାଟ କରାଯାଉଛି ବୋଲି ରାଜ୍ୟ ଶକ୍ତି ସଚିବ କହିଛନ୍ତି । 

ଯେତିକି ବିଜୁଳି ଆବଶ୍ୟକ ତା’ଠୁ ଯଥେଷ୍ଟ କମ୍ ପରିମାଣର ବିଦ୍ୟୁତ ମିଳୁଥିବା ସରକାର କହିଛନ୍ତି । ଏହାଛଡ଼ା ପଞ୍ଜାବ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ମଧ୍ୟ ଶକ୍ତି ସଙ୍କଟ ଉତ୍କଟ ରୂପ ଧାରଣ କରିଛି । ମହାରାଷ୍ଟ୍ରକୁ ଆବଶ୍ୟକଠାରୁ ୧୧ ଗିଗାଓ୍ୱାଟ୍ ବିଜୁଳି କମ୍ ମିଳିଛି । କୋଇଲା ଅଭାବରୁ ରାଜ୍ୟରେ ୩୫ ପ୍ରତିଶତ ବିଜୁଳି ଉତ୍ପାଦନ କମିଛି ବୋଲି ସୂଚନା ଦିଆଯାଇଛି । ଦେଶରେ ୭୦ ପ୍ରତିଶତ ବିଜୁଳି ଉତ୍ପାଦନ କୋଇଲା ଉପରେ ନିର୍ଭର କରିଥାଏ । ହେଲେ ଏହାର ଅଭାବ ଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ତେବେ ରାଜ୍ୟ ଗୁଡ଼ିକୁ କୋଇଲା ଗଚ୍ଛିତ ରଖିବାକୁ କହିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।