ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୦୨/୦୨) : ସରସ୍ୱତୀ ପୂଜାରେ ଘଟିଲା ବଡ ଅଘଟଣ। ଦୁର୍ଘଟଣାରେ ଜଣେ ଛାତ୍ର ମୃତ ଜଣେ ଛାତ୍ର ଗୁରୁତର ଅଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ମୁର୍ଶୁଣ୍ଡି ମେଟାକାନି ଛକରେ ବାଇକ୍କୁ ପିଟିଲା ଅଜଣା ଗାଡ଼ି ।
ରଘୁନାଥ ଉଚ୍ଚ ବିଦ୍ୟାଳୟର ଜଣେ ୯ମ ଶ୍ରେଣୀ ଛାତ୍ର ମୃତ, ୧୦ମ ଛାତ୍ର ଗୁରୁତର । ସୂଚନା ଅନୁଯାୟୀ ସରସ୍ୱତୀ ପୂଜାରେ ସ୍କୁଲକୁ ବାଇକ ନେଇ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାର ତଦନ୍ତ କରୁଛି ବୀରମହାରାଜପୁର ଥାନା ପୋଲିସ । ତେବେ ଏତେ କମ୍ ବୟସରୁ କାହିଁକି ଏତେ ଛୋଟ ପିଲାମାନଙ୍କୁ ଅଭିଭାବକ ବାଇକ ଚଲାଇବାକୁ ଦେଇଥିଲେ ଯେଉଁଥିପାଇଁ ଏତେ ବଡ ଦୁର୍ଘଟଣା ଘଟିଗଲା ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । ଏଭଳି ଦୁଃଖଦ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।