ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0
143
ଛାତ୍ର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୨/୦୩) : ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ହାଇସ୍କୁଲ ରାୟଗଡା ଠାରେ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ, ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ସାହାଯ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।WhatsApp Image 2025 02 02 at 19.38.40 ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଶୁଶ୍ରୀ ନମିତା ପ୍ରଧାନ, ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ । ଏହି ସଭାରେ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଭିତରୁ ଶୁଶ୍ରୀ ଚାନ୍ଦନୀ ଜାନି, ଭବାନୀ ମାଝୀ ଓ ଜଗା ନାଏକ ନିଜ ଭାଷଣରେ ବଡ଼ ଭାଈ ଭଉଣୀ ମାନଙ୍କ ନିକଟରେ ଉତ୍ତମତା ବଜାୟ ରଖିବାକୁ ଏବଂ ଶତଚେଷ୍ଟିତ ହେବା ପାଇଁ ନିବେଦନ କରିଥିଲେ। ସେହିପରି ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପୂଜା ରାଣୀ ନାଏକ, ଜ୍ୟୋତିର୍ମୟୀ ସାହୂ, ପଲ୍ଲବି ହଳଦିଆ, ଆରତୀ ନାଏକ, ଅମ୍ରିତ ରାଜ ନାଏକ ନିଜ ନିଜର ଭାଷଣରେ ଉପଦେଶ ଦେବା ସହିତ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ ।

ତତ୍ ସହିତ ବିଦ୍ୟାଳୟର ଅବସ୍ଥିତି ସମୟରେ କରିଥିବା ଅନୁଭବକୁ ବାଣ୍ଟିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଷ୍ଠାର ସହ ପାଠପଢ଼ାରେ ସମୟ ଅତିବାହିତ କରିବାକୁ କହିଥିଲେ ଏବଂ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ। । ପ୍ରଧାନ ଶିକ୍ଷୟିତ୍ରୀ ନିଜ ଭାଷଣରେ କହିଥିଲେ ଯେ, ସଫଳତା ମାର୍ଗର କଷ୍ଟ ସବୁ ବେଳେ ପ୍ରତିବନ୍ଧକ ସାଜି ଥାଏ, କିନ୍ତୁ,ତାକୁ ଅତିକ୍ରମ କଲେ ହିଁ ସଫଳତା ମିଳିବ, ସେ ଦିଗରେ ପ୍ରୟାସରତ ହେବା ଜରୁରୀ। କାର୍ଯ୍ୟକ୍ରମକୁ ପରିଚାଳନା ଶ୍ରୀ ଅଶୋକ କୁମାର ଦାଶ କରିଥିବା ସହିତ ଧନ୍ୟଵାଦ ପ୍ରଦାନ କରିଥିବା ବେଳେ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave a Reply