ଟ୍ରାଫିକ ବିହୀନ ୱାନ ୱେ ଟ୍ରାଫିକ ଛକ; ଘଟୁଛି ଦୁର୍ଘଟଣା

0
297
ଟ୍ରାଫିକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୨/୦୩) : ରାୟଗଡା ସହର ମେରୁଦଣ୍ଡ କୁହାଯାଉଥିବା ଷ୍ଟେଟ ବ୍ୟାଙ୍କ ଛକ ବର୍ତ୍ତମାନ୍ ଦୁର୍ଘଟଣାର କେନ୍ଦ୍ର ବିନ୍ଦୁ ପାଲଟିଛି । କହିବାକୁ ଗଲେ ପ୍ରତ୍ୟେକ ଦିନ ଏହି ଛକରେ ଛୋଟ ମୋଟ ଦୁର୍ଘଟଣା ଘଟୁଛି ।WhatsApp Image 2025 02 03 at 09.29.00 ଟ୍ରାଫିକ ବିହୀନ ୱାନ ୱେ ଟ୍ରାଫିକ ଛକ; ଘଟୁଛି ଦୁର୍ଘଟଣା

ଏହି ଛକ ନିକଟରେ ସର୍ବଦା ଜନ ଗହଳି ପୂର୍ଣ୍ଣ ରହୁଥିବା ଦେଖିବାକୁ ମିଳୁଛି । ଏହି ଛକ ନିକଟରେ ଥିବା ବୁଲାଣିରେ ଚା’ ଦୋକାନ ପାଖରେ ନାହିଁ ନ ଥିବା ଗହଳି ରହୁଥିବା ବେଳେ, ଏହି ଚା ‘ ଦୋକାନ ପାଖରେ ଅଟୋ ଚାଳକ ମାନେ ନିଜ ନିଜର ଅଟୋ ରଖି ଯାତ୍ରୀଙ୍କୁ ଅପେକ୍ଷା କରି ରୁହନ୍ତି । ଅନ୍ୟପଟେ ଏହି ଛକ ନିକଟରେ ଥିବା ପାନ ଦୋକାନ ନିଜର ଆସବା ପତ୍ର ଗୁଡ଼ିକ ରାସ୍ତା ଉପରେ ସଜାଇ ଦେଉଥିବା ହେତୁ, ବଡ଼ ବଡ଼ ମାଲ ବୋଝେଇ ଟ୍ରକ ଗୁଡ଼ିକ ବୁଲାଣିରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଟ୍ରାଫିକ ଛକରେ ଟ୍ରାଫିକ ରହୁ ନ ଥିବା ହେତୁ କିଛି ଗାଡ଼ି ଚାଳକ ବଜାର ମଧ୍ୟକୁ ଭାରିଯାନ ନେଇ ଚାଲି ଯାଉଥିବା ଦେଖିବାକୁ ମିଳିଛି ।

ସକାଳୁ ସଂଧ୍ୟା ଏହି ଛକ ଦେଇ ଛାତ୍ର ଛାତ୍ରୀ ମାନେ ନିଜ ନିଜର ସ୍କୁଲ କଲେଜ ଯାଉଥିବା ସମୟରେ ଗହଳିର ସମ୍ମୁଖିନ ହୁଅନ୍ତି । ଅନ୍ୟପଟେ ସ୍କୁଲ କଲେଜ ନେଇ ଯାଉଥିବାର ସ୍କୁଲ ବସ୍ ଓ ଅଟୋ ଗୁଡ଼ିକ ମଧ୍ୟ ଟ୍ରାଫିକ ଜାମରେ ଫସି ରୁହନ୍ତି। ଏହି ଛକ ଷ୍ଟେଟବ୍ୟାଙ୍କ, ସରକାରୀ ମୁଖ୍ୟ ଚିକିତ୍ସାଳୟ ଏବଂ ପୁଲିସ୍ ଥାନା,। ପୋଷ୍ଟ୍ ଅଫିସ୍, ଚର୍ଚ୍ଚ ଓ ମସଜିଦ୍, କୋର୍ଟ ଓ ମୁଖ୍ୟ ବଜାରକୁ ସଂଯୋଗ କରୁଥିବା ହେତୁ ଏହି ଛକ ନିକଟରେ ଟ୍ରାଫିକ ସମସ୍ୟାର ସମାଧାନ ହେତୁ ନିହାତି ଭାବରେ ଏକ ଟ୍ରାଫିକ ପୁଲିସ୍ ଙ୍କ ଆବଶ୍ୟକତା ରହିଛି । ଅତି ଶୀଘ୍ର ଏହି ଟ୍ରାଫିକ ସମସ୍ୟାର ସମାଧାନ କରିବା ନିହାତି ଜରୁରୀ ଅଟେ

Leave a Reply