ସରସ୍ୱତୀ ପୂଜା ବେଳେ ଅଘଟଣ; ମହୁମାଛି ଆକ୍ରମଣରେ ୧୫ ଛାତ୍ରଛାତ୍ରୀ ଆହତ

0
18
ସରସ୍ୱତୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୦୩/୦୨) : ସରସ୍ୱତୀ ପୂଜା ଚାଲିଥିବା ବେଳେ ଅଘଟଣ । ମହୁମାଛି ଆକ୍ରମଣରେ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଦୁଆରସନୀଠାରେ ଏକ ଘରୋଇ ସ୍କୁଲରେ ଘଟିଛି ଏଭଳି ଅଘଟଣ । ସ୍କୁଲରେ ସରସ୍ୱତୀ ପୂଜା ଚାଲିଥିବା ବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲା । ସେଠାରେ ଥିବା ୧୫ ଜଣ ଛାତ୍ରଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଯାଇଛି ।

Leave a Reply