ଚାଷୀ ବେଶରେ ମଣ୍ଡିକୁ ଗଲେ ଜିଲ୍ଲାପାଳ, ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

0
19
ଚାଷୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୩/୦୨) : ଜିଲ୍ଲାପାଳ ହେବ ତ ଏମିତି । ଚାଷୀଙ୍କୁ ଅଭାବୀ ବିକ୍ରିରୁ ବଞ୍ଚାଇବା ପାଇଁ ନିଜେ ଚାଷୀ ବେଶରେ ମଣ୍ଡିକୁ ଆସିଲେ ଜିଲ୍ଲାପାଳ

ଆଉ ମିଲରଙ୍କ ଆଖିରେ ଧୂଳି ଦେଇ ମଣ୍ଡି ଭିତରେ ପ୍ରବେଶ କଲେ ଏବଂ ଜାରି କଲେ କାରଣ ଦର୍ଶାଅ ନୋଟିସ୍ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଏଭଳି ପଦକ୍ଷେପକୁ ନେଇ ବେଶ୍ ପ୍ରସଂଶା କରାଯାଉଛି । ଭଦ୍ରକ ଜିଲ୍ଲାରେ ମଣ୍ଡିରେ ଚାଷୀଙ୍କୁ ମିଲର ଓ ବିଭିନ୍ନ ସେବା ସମବାୟ ସମିତି ଲୁଟୁଥିବା ନେଇ ଅଭିଯୋଗ ହୋଇଥିଲା । ଏଫ୍ଏକ୍ୟୁ ମାନର ଧାନ ସଂଗ୍ରହ ଆଳରେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ପର୍ଯ୍ୟନ୍ତ ଧାନ କଟ୍‌ନୀ ଛଟ୍‌ନୀ କରାଯାଉଛି । ଏଭିଳି ମିଲରଙ୍କୁ ଧରିବାକୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଖୋଦ୍ ମଣ୍ଡିକୁ ଯାଇଥିଲେ । ଜିଲ୍ଲାପାଳ ଧାମନଗର କଟସାହି ସେବା ସମବାୟ ସମିତି ଦ୍ୱାରା ଖୋଲା ଯାଇଥିବା ମଣ୍ଡିରେ ପହଁଚିଥିଲେ ।

ଜିଲ୍ଲାପାଳ ସୁଟ୍ ବୁଟ୍ ନୁହେଁ ବରଂ ଗୋଟିଏ ସାଧାରଣ ଚାଷୀବେଶରେ ଥିଲେ । ହାଫ୍ ପ୍ୟାଣ୍ଟ ସାଙ୍ଗକୁ ମୁଣ୍ତରେ ଟୋପି ଏବଂ ମୁହଁରେ ମାସ୍କ । ତାଙ୍କୁ ଚିହ୍ନିବା ଅସମ୍ଭବ ହୋଇପଡ଼ିଥିଲା । ଜିଲ୍ଲାପାଳ ଧାନ ବିକ୍ରି କରିବାକୁ କହିଥିଲେ । କିନ୍ତୁ ମିଲର୍ ୮ କେଜି କଟନୀଛଟନୀ ହେବ ବୋଲି କହିଥିଲେ । ଏହାପରେ ଜିଲ୍ଲାପାଳ ନିଜର ପ୍ରକୃତ ପରିଚୟ ସାମ୍ନାକୁ ଆଣିଥିଲେ । ସମିତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସୋସାଇଟି ସମ୍ପାଦକଙ୍କୁ ଏଆରସିଏସ୍ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ।

Leave a Reply