ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୩/୦୨) : ବଲାଙ୍ଗୀର ପୋଲିସକୁ ମିଳିଲା ବଡ଼ ସଫଳତା । ଅନଲାଇନ୍ ବେଟିଂ ଗେମରେ ପର୍ଦ୍ଦାଫାସ କଲା ବଲାଙ୍ଗୀର ପୋଲିସ ।
ରାଜ୍ୟ ତଥା ରାଜ୍ୟ ବାହାରେ ଚଳାଇଥିବା ଅନଲାଇନ୍ ବେଟିଂ ଗ୍ୟାଙ୍ଗକୁ କାବୁ କରିବାରେ ସକ୍ଷମ ହୋଇଛି ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍ । ଏସପିଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇଥିଲା । ଏହି ମାମଲାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କଣ୍ଟାବାଞ୍ଜି ପୋଲିସ । ଏହି ଅନଲାଇନ୍ ବେଟିଂ ଗେମର ମାଷ୍ଟରମାଇଣ୍ଡି ଜିତୁ ଜେନଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩ଟି ଲ୍ୟାପଟପ୍ ୧୮ଟି ମୋବାଇଲ ସହ ବ୍ୟାଙ୍କ ପାସ୍ ବୁକ୍ ଜବତ କରାଯାଇଛି । ଗିରଫଙ୍କ ମଧ୍ୟରୁ ୩ ଜଣ ରାଜ୍ୟ ବାହାରର ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି ।